ବିପଦ ସଂକେତ ଉପରେ ଜଳକା

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ୩ ଦିନ ଧରି ଜଳକା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା, ତିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

ବିପଦ ସଂକେତ ଉପରେ ଜଳକା

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି। ମଙ୍ଗଳବାର ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୬ମିଟରରେ ପ୍ରବାହିତ ହେଉଛି। ବନ୍ୟା ଆଶଙ୍କା ଥିବାରୁ ନଦୀ କୂଳିଆ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି।

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ୩ ଦିନ ଧରି ଜଳକା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା, ତିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

ବସ୍ତା ଅଞ୍ଚଳରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇପାରେ। 

ବର୍ତ୍ତମାନ ଚାଷ କାମ ଚାଲିଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ବସ୍ତା ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବିଳମ୍ବିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। କେଉଁଠି ଚାଷୀ ତଳି ଏବେ ଏବେ ପକାଇଛନ୍ତି। ଯଦି ବନ୍ୟା ହୁଏ ତାହେଲେ ତଳି ନଷ୍ଟ ହେବାର ସମ୍ଭାବନା ରହିଛି। ଏବେ ଏବେ ବିଭିନ୍ନ ଜଳଉତ୍ସରୁ ପାଣି ନେଇ ତଳି ରୋଇଥିବାରୁ ତାହା ପଚି ଯିବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ। ଯଦି ବନ୍ୟା ହୁଏ ତାହେଲେ ବସ୍ତା ବ୍ଲକର ୮ ଟି ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି।