ବିଧାନସଭା ଅଧିବେଶନର ସପ୍ତମ ଦିନ
ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ।

ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ। ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ପ୍ରସଙ୍ଗରେ ପ୍ରଶ୍ନକାଳ ରହିଛି। ବିଧାୟକମାନେ ଚାହିଁଲେ ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନ ପଚାରିପାରିବେ।
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣି ଗୃହରେ ସୋମବାର ହଟ୍ଟଗୋଳ କରିଥିବାରୁ ମଙ୍ଗଳବାର ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ସଭିଙ୍କ ନଜର ରହିଛି। ସେହିପରି ୨୦୨୪-୨୫ ଆର୍ଥିକ ବଜେଟ୍ ଉପରେ ପୁନର୍ବାର ସାଧାରଣ ଆଲୋଚନା ହେବ। ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖାଅନୁଦାନ ପାରିତ କରିବା ପାଇଁ ଗୃହର ସହଯୋଗ ଲୋଡିବେ। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ଶୂନ୍ୟକାଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ।