ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ ।

ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ଧାମରେ ହୋଇଥିଲା ଲୋକାରଣ୍ୟ । ନାମ ସଂକୀର୍ତ୍ତନ ସହ ବେଦପାଠ ଓ ମନ୍ତ୍ରଧ୍ବନିରେ ଉଛୁଳି ପଡ଼ିଥିଲା ଶ୍ରୀକ୍ଷେତ୍ର। କାଳିଆ ପ୍ରେମରେ ବିଭୋର ହୋଇଯାଇଥିଲେ ଭକ୍ତ ।

ମନରେ ପ୍ରାଣରେ ଗୁଞ୍ଜରିତ ହୋଇଥିଲା ଜଗନ୍ନାଥ ନାମ। ସମସ୍ତଙ୍କ ମନରେ ଥିଲା ସମର୍ପଣର ଭାବାବେଗ। ଜଗନ୍ନାଥ ଧାମରେ କିଏ ପରିକ୍ରମା ପ୍ରକଳ୍ପର ବାସ୍ତବ ରୂପକୁ ଦେଖି ନିଜ କୋହକୁ ମନ ଭିତରେ ଚାପି ରଖିଥିଲା। ଅସମ୍ଭବକୁ ସମ୍ଭବ କରିଥିବା ଏକ ମାତ୍ର କାଳିଆ ଠାକୁର ହିଁ ଭକ୍ତର ବେଦନାକୁକୁ ବୁଝୁଥିଲା ।

ପରିକ୍ରମା ମାର୍ଗରେ ପ୍ରଦିକ୍ଷଣ କରିବାର ସୁଯୋଗ ମିଳିଛି। ଆଉ ଏହା ଭକ୍ତଙ୍କ ପାଇଁ ଦିବ୍ୟ ଅନୁଭୂତି ସାଉଁଟିବାର ମାଧ୍ୟମ ପାଲଟିଛି। କେବଳ ଓଡ଼ିଶା ନୁହେଁ, ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ନିଜକୁ ଭାଗ୍ୟବାନ ମନେକରିଛନ୍ତି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିଲେ ମଧ୍ୟ ମାର୍ଗ ଚତୁପାର୍ଶ୍ବରେ ପ୍ରଦିକ୍ଷଣ କରି ନିଜକୁ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି।