ରୋହିତଙ୍କୁ ମିଳିପାରେ ମୁମ୍ବାଇ ଅଧିନାୟକ ଦାୟିତ୍ୱ
ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ।

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ଏବେ ରୋହିତଙ୍କ ପୂନର୍ବାରେ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଦାବୀ ହେଉଛି ।
ଦଳକୁ ୫ ଥର ଚାମ୍ପିୟନ କରାଇଥିବା ଅଧିନାୟକଙ୍କୁ ହଟେଇ ଦେଇପାରୁଛି ତାହା ପାଇଁ ହାର୍ଦ୍ଦିକ ଏକ ବଡ ସମସ୍ୟା ହେବେନି । ହାର୍ଦ୍ଦିକଙ୍କୁ ସବୁଠାରେ ହୁଟିଂର ଶୀକାର ହେବାକୁ ପଡୁଛି । ୱାଙ୍ଖେଡରେ ମୁମ୍ବାଇ ପ୍ରଶଂସକଙ୍କ ମନରେ ସେଭଳି ଉତ୍ସାହ ନ ଥିଲା । ଏପ୍ରିଲ ୭ରେ ମୁମ୍ବାଇ ତାର ପରବର୍ତୀ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚରେ କିଛି ବଡ ଧରଣର ପରିବର୍ତନ ହୋଇପାରେ ବୋଲି ଆଶା କରାଯାଉଛି ।