ଏଫ୍ଆଇଏଚ୍ ପ୍ରୋ ଲିଗ୍ ମହିଳା ହକିରେ ଆଜି ଭାରତ-ଚୀନ୍ ମୁକାବିଲା

ଏଥିପୂର୍ବରୁ ଆମେରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ନ ସାଢେ ୫ଟାରେ ଉଦ୍ଘାଟନୀ ମୁକାବିଲା ହେବ।

ଏଫ୍ଆଇଏଚ୍ ପ୍ରୋ ଲିଗ୍ ମହିଳା ହକିରେ ଆଜି ଭାରତ-ଚୀନ୍ ମୁକାବିଲା

ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହେବା ପରେ ଭାରତୀୟ ମହିଳା ହକି ଦଳ ଶନିବାରଠୁ କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଏସୀୟ କ୍ରୀଡ଼ା ବିଜେତା ଚୀନ୍ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ।

ଏଥିପୂର୍ବରୁ ଆମେରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ନ ସାଢେ ୫ଟାରେ ଉଦ୍ଘାଟନୀ ମୁକାବିଲା ହେବ। କଳିଙ୍ଗ ଷ୍ଟାଡିୟମ୍ରେ ୯ ତାରିଖ ପର୍ଯ୍ୟନ୍ତ ମହିଳା ବର୍ଗ ମ୍ୟାଚ୍ ଖେଳାଯିବା ପରେ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅଧିନାୟିକା ସବିତା ଓ ଉପଅଧିନାୟିକା ବନ୍ଦନା କଟାରିଆଙ୍କ ନେତୃତ୍ବରେ ଭାରତୀୟ ଦଳ ପ୍ରୋ-ଲିଗ୍ରେ ବିଜେତା ହେବା ଲକ୍ଷ୍ୟରେ ରହିଛି। ଗତ ୨୦୨୨ ଏଫ୍ଆଇଏଚ୍ ନେସନ୍ସ କପ୍ରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତି ପ୍ରୋ ଲିଗ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏଥିପୂର୍ବରୁ ୨୦୨୧-୨୨ରେ ଭାରତୀୟ ଦଳ ପ୍ରଥମ ଥର ପ୍ରୋ ଲିଗ୍ରେ ଖେଳିଥିଲା ବେଳେ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ପଛକୁ ତୃତୀୟରେ ରହିଥିଲା।