ବଡ଼ଦାଣ୍ଡ ରେ ସେବା ଯୋଗାଇ ଦେଲା ଇଫକୋ
ମାଗଣା ପ୍ରସାଦ ବଣ୍ଟନ ସାଙ୍ଗକୁ ମାଗଣା ହ୍ବିଲ୍ ଚେୟାର ସେବା ଯୋଗାଇ ଦେଲା ଇଫକୋ

ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମନୁଷ୍ୟ କୃତ , ସବୁ ପରିସ୍ଥିତି ରେ ସବୁ ସମୟରେ ଇଫକୋ ପାରାଦୀପ ୟୁନିଟ୍ ସବୁବେଳେ ସବୁ ସମୟରେ ଲୋକ ମାନଙ୍କ ସେବା ଓ ସାହାଯ୍ୟ ସହଯୋଗ ପାଇଁ ଆଗେଇ ଆସିଥାଏ। ଏହା ଆଜିକାଲି ପାଇଁ ନୁହେଁ ଏହା ଇଫକୋ ପକ୍ଷରୁ ଏକ ପରମ୍ପରାରେ ପରିଣତ ହେଲାଣି ଯେଉଁଥି ପାଇଁ ସବୁ ସ୍ତରରୁ ଇଫକୋ ପାରାଦୀପ ୟୁନିଟ୍ ପାଇଁ ପ୍ରଶଂସା ର ସୁଅ ଛୁଟୁଛି।
ଯେମିତି କି ଗତ କାଲି ଅର୍ଥାତ୍ ମଙ୍ଗଳବାର ଦିନ ଥିଲା ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ ଠାରେ ଇଫକୋ ଓ ସେଣ୍ଟର ଫର ଆକ୍ସନ ର ମିଳିତ ଆନୁକୂଲ୍ୟରେ ସେବା ସଂଗଠନ ଖୋଲା ଯାଇଥିଲା। ଏଥିରେ ମୁଖ୍ୟତଃ ପୁର ପଲ୍ଲୀରୁ ଆସିଥିବା ଗରିବ ଗୁରୁବାଙ୍କ ପାଇଁ ପ୍ରସାଦ ବଣ୍ଟନ ସେବା ଏବଂ ବୃଦ୍ଧ ବୃଦ୍ଧା ଓ ଅକ୍ଷମ ଲୋକ ମାନଙ୍କ ପାଇଁ ନିଃଶୁଳ୍କ ବା ବିନା ମୂଲ୍ୟରେ ହ୍ବିଲ୍ ଚେୟାର ସେବା ଯୋଗାଇ ଦିଆଯାଇଥିଲା। ଏହି ସେବା ଯୋଗାଇ ଦେବା କୁ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ଷ୍ଟଲ୍ ଖୋଲା ଯାଇ ଲୋକମାନଙ୍କୁ ଅବଗତ କରାଇବା ସହିତ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ଇଫକୋ ପାରାଦୀପ ୟୁନିଟ୍ ର ବରିଷ୍ଠ ପ୍ରଶାସକ ତଥା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେଉରା ନିଜେ ଉପସ୍ଥିତ ରହି ଏହି ସେବା ସାମର୍ଥ୍ୟ କୁ ତଦାରଖ କରିଥିଲେ ।
ତେବେ ଏଥିରେ ସମ୍ପୁର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ ଦଇତା ପତି ବିଶ୍ୱବସୁ ବିନାୟକ ଦାସମହାପାତ୍ର ଓ ଦଇତାପତି ଅନାଥ ଦାସମହାପାତ୍ର । ଏହି ସେବାୟତ ଦ୍ବୟ ନିଜେ ଉପସ୍ଥିତ ରହି ଅତ୍ୟନ୍ତ ଶୃଙ୍ଖଳାତାର ସହ କାର୍ଯ୍ୟ ତୁଲାଇଥିଲେ। ଯେଉଁଥିରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ ସହିତ ଶତାଧିକ ବୃଦ୍ଧ ଓ ବୃଦ୍ଧା ଙ୍କ ସମେତ ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତି ଏହି ମାଗଣା ହ୍ବିଲ୍ ଚେୟାର ସେବା ପାଇ ବେଶ୍ କୃତାର୍ଥ ଲାଭ କରିଥିଲେ। ଯେଉଁଥି ପାଇଁ ଇଫକୋ ସମଗ୍ର ଜନସାଧାରଣଙ୍କ ପ୍ରଶଂସା ସାଉଁଟି ବାରେ ସକ୍ଷମ ହୋଇଥିଲା ବେଳେ ଏହା ଅନ୍ୟ ଶିଳ୍ପାନୁଷ୍ଠାନ ମାନଙ୍କ ପ୍ରତି ଏକ ବିରଳ ଉଦାହରଣ ସୃଷ୍ଟି କରିଛି।