ପୁଣି ସାମ୍ବାଦିକ ଙ୍କୁ ଆକ୍ରମଣ
ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି, ଆକ୍ରମଣ ର କାରଣ ଅସ୍ପଷ୍ଟ

ଦୈନିକ ଖବର କାଗଜ "ନିର୍ଭୟ" ର ମହାକାଳପଡ଼ା ପ୍ରତିନିଧି, ନିର୍ଭିକ ସାମ୍ବାଦିକ ଅଳୟ ସାମନ୍ତରାୟ (ଦିପୁ) ଙ୍କୁ ମରଣାନ୍ତକ ଆକ୍ରମଣ। ମାର୍ଶାଘାଇ ଥାନା ଅନ୍ତର୍ଗତ ମଶାକଣୀ (ତାଙ୍କ ନିଜ ଗାଁ) ଛକ ନିକଟରେ ଅଜଣା ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ସୂଚନା ।
ତେବେ ଏହି ଆକ୍ରମଣ ର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ପୋଲିସ ପକ୍ଷରୁ ତନାଘନା ଚାଲିଥିବା ର ଜଣାପଡିଛି।
କିନ୍ତୁ ବାରମ୍ବାର ରାଜ୍ୟ ରେ ସାମ୍ବାଦିକ ମାନଙ୍କ ଉପରେ ଏପରି ଆକ୍ରମଣ କୁ ନିନ୍ଦା କରାଯାଉଥିବା ବେଳେ ଏନେଇ ସରକାର ଙ୍କ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାଜ୍ୟ ରେ ଗଣ୍ଡା ଗଣ୍ଡା ସାମ୍ବାଦିକ ସଂଘ ଥିବା ବେଳେ ଏଥିପ୍ରତି କେହି ସେପରି ଆଖିଦୃଶିଆ ପ୍ରତିବାଦ ଜଣାଉ ନାହାଁନ୍ତି। ଯେଉଁ କେତେକ ସଂଘ ଏପରି ଆକ୍ରମଣ ଉପରେ ସ୍ବର ଉଠାଉଛନ୍ତି ତାହା ସରକାର ଙ୍କ ପାଖରେ ପହଞ୍ଚୁନାହିଁ କି ଜାଣିଶୁଣି ସରକାର ସେଥିରେ କର୍ଣ୍ଣପାତ କରୁନାହାଁନ୍ତି ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ସବୁ ମହଲରେ ଉଦବେଗ ପ୍ରକାଶ ପାଉଛି। ତେବେ ଆଉ କେତେ ଦିନ ରାଜ୍ୟ ରେ ସାମ୍ବାଦିକ ମାନେ ଏପରି ଅସୁରକ୍ଷିତ ରହିବେ ? କେବେ ଆସିବ ସାମ୍ବାଦିକ ସୁରକ୍ଷା ଆଇନ୍ ? କେବେ ନିଆଯିବ ଦୃଢ଼ ପଦକ୍ଷେପ ସେନେଇ ସମସ୍ତଙ୍କ ନଜର ରହିଛି।