ଭୁବନେଶ୍ୱର ରୁ ଦୁବାଇ ଏବଂ ଦୁବାଇ ରୁ ଭୁବନେଶ୍ୱର ସିଧାସଳଖ ଚାଲିଲା ବିମାନ ସେବା
୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ଓ ଗଲା ୨ ଇଣ୍ଡିଗୋ ବିମାନ

ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ଓ ଗଲା ୨ ଇଣ୍ଡିଗୋ ବିମାନ । ବିନା ଷ୍ଟପେଜରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ୧୭୦ ଜଣ ଯାତ୍ରୀ ଓ ଗଲେ ମଧ୍ୟ ୧୭୦ ଜଣ ଯାତ୍ରୀ ।
ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେଭୁବନେଶ୍ୱର ରେ ପହଞ୍ଚିଥିବା କହିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ୱାଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଫ୍ଲାଇଟରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ । ସିଧାସଳଖ ବିମାନସେବା ଆରମ୍ଭ ହୋଇଥିବାରୁ ସମସ୍ତ ଯାତ୍ରୀ ଖୁସି ପ୍ରକାଶ କରିଛନ୍ତି ।
ସେହିପରି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ମିଶନ ଶକ୍ତି ସଦସ୍ୟ, ୱର୍ଲଡ୍ ସ୍କିଲ୍ ସେଣ୍ଟର, ପଞ୍ଚାୟତ ରାଜ ପ୍ରତିନିଧି ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କ ସମେତ ୧୭୦ ଜଣ ଦୁବାଇ ଯାତ୍ରା କରିଛନ୍ତି।
ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ 320 ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ । ଦୁବାଇକୁ ଯିବାଆସିବା ଦର ରହିଛି ୨୦ ହଜାର ଟଙ୍କା ।
ଦୁବାଇ ସହିତ ସିଧାସଳଖ ସଂଯୋଗ, ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହାଦ୍ବାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ । ଦୁବାଇରେ ମେକ ଇନ ଓଡିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ