ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ
ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଆଜି ଇସ୍ତଫା ଦେଇଛନ୍ତି । ଉଭୟେ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ ମିଳିନି କୌଣସି ସୂଚନା ।
ନିର୍ବାଚନ ଆଉ ବର୍ଷେ ରହିଲା , ତେବେ ରାଜନୀତିରେ ବହୁତ ଅଭିଯୋଗ ଆସେ. ହେଲେ ମୁଁ ସାଙ୍ଗଠନିକ ପାଇଁ ଇସ୍ତଫା ଦେଇଛି. ବୋଲି କହିଛନ୍ତି ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସେହିପରି ସମୀର ଦାସ ମଧ୍ୟ ସଂଗଠନ ଦ୍ୱାହି ଦେଇଛନ୍ତି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ନିର୍ବାଚନ ମଣ୍ଡଳୀ ରେ ସମୟ ଦେବାକୁ ପଡ଼ିବ। ସଂଗଠନ କିପରି ସୁଦୃଢ ହେବ ସେନେଇ ଉଦ୍ୟମ ଅବ୍ୟାହତ ରହିବ ବୋଲି ସମୀର କହିଛନ୍ତି।
ତେବେ ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ଚର୍ଚ୍ଚା ଜୋର ଧରିଛି । ଉଭୟ ମନ୍ତ୍ରୀ ନବୀନ ସରକାରରେ ବିବାଦୀୟ ଥିଲେ । ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାସଙ୍କ ଉପରଙ୍କୁ ଆଙ୍ଗୁଳି ଉଠିଥିଲା । ସେହିଭଳି ନିକଟରେ ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପରାଜୟ ପରେ ସମୀରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏପଟେ କିଛି ଦିନ ତଳେ ବିଜେଡିର ଜଣେ ମହିଳା କର୍ମୀ,ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ନେଇ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ବିବାଦରେ ଥିଲେ। ତେବେ ଉଭୟେ କେଉଁ କାରଣରୁ ଇସ୍ତଫା ଦେଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।.. କିନ୍ତୁ ଉଭୟେ ସଂଗଠନ ସୁଦୃଢ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ମତ ଦେଇଛନ୍ତି।