ରତ୍ନଭଣ୍ଡାରକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଆଗକୁ ଏଭଳି କାର୍ଯ୍ୟ ନ ହେବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରତ୍ନଭଣ୍ଡାରକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପ୍ରତିଶ୍ରୁତି ଦେଇଥିଲୁ, ରତ୍ନଭଣ୍ଡାର ଖୋଲିଲୁ। ଆଗକୁ ମଣତି ଓ ଗଣତି କରାଯିବ। ଏଥିସହ ବଳଭଦ୍ର ପଡ଼ିଥିବା ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।

ଆଗକୁ ଏଭଳି କାର୍ଯ୍ୟ ନ ହେବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଭିତର ରତ୍ନଭଣ୍ଡାର ଖୋଲିଥିଲା। ତେବେ ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଥିଲା। ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ ବୋଲି ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି। ଜଷ୍ଟିସ ବିଶ୍ୱନାଥଙ୍କ କହିବାନୁଯାୟୀ, ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା। ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଛି।