ଚାଷ ପାଇଁ ଗୁଣାତ୍ମକ ବିହନ ପାଇଁ ଦାବୀ
ଦ୍ୱିତୀୟ ଫସଲ ଚାଷ ପାଇଁ ଗୁଣାତ୍ମକ ବିହନ ଓ ଠିକ ସମୟ ରେ ଉପଲବଧତା ଏବଂ ବିଭିଧତା ପାଇଁ ଦାବୀ

କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ର ବ୍ଲକର ସଭାନେତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଧାନ, ଚକାପାଦ ବ୍ଲକ ସମ୍ପାଦିକା ଲଳିତା କଂହର ସମେତ ସଂଗଠନ ର କର୍ମ କର୍ତ୍ତା ଟିକାବାଲି ବ୍ଲକ ସଂଯୋଜକ ସଂଜୀବ ଦିଗାଲ ଜନସାଥି ସୁନିତା ପ୍ରଧାନ , ଚକାପାଦ ବ୍ଲକ କନିଷ୍ଠ ସଂଯୋଜକ ନବୀନ ଦିଗାଲ ଜନସାଥି ପୁଷ୍ପାଞ୍ଜଳି କଂହର ଙ୍କ ମିଳିତ ଉଦ୍ୟମ ରେ ଆଜି କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଟିକାବାଲି ଓ ଚକାପାଦ ବ୍ଲକରେ, କିପରି ପ୍ରଥମ ୠତୁ ର ପ୍ରଥମ ଚାଷ ଅମଳ ପରେ ସେହି ଜମି ରେ ଚାଷୀ କିପରି ଦ୍ୱତୀୟ ଫସଲ ଉତ୍ପାଦନ କରି ପାରିବ, ସେଥିପାଇଁ, ସରକାର ଙ୍କୁ ଚଳିତ ବର୍ଷ ଠିକ ଅକ୍ଟୋବରମାସ ପ୍ରଥମ ସପ୍ତାହ ମଧ୍ଯରେ ଉତ୍ତମ ମାନର ବିହନ ଯାହାକି ମୁଗ, ବିରି, କୋଲଥ, ହରଡ଼, ସୋରିଷ ଏବଂ ଚଣା ପରି ବିଭିନ୍ନ ଫସଲ କୁ ପୂରଣ ପୂରଣ କରିବାପାଇଁ ବିଭିନ୍ନ ବିକଳ୍ପ ବିହନରବ୍ୟବସ୍ଥା କରିବା ସହିତ କୃଷକ ମାନଙ୍କୁ ସେମାନଙ୍କର ନିର୍ଦ୍ଧିଷ୍ଟ ଆବଶ୍ୟକତା ଏବଂ ଆଞ୍ଚଳିକ ପରିସ୍ଥିତି ଅନୁଯାୟୀ ଫସଲ ଚୟନ କରି ଚାଷୀ ଙ୍କୁ ସଶକ୍ତ କରାଇବା ଏବଂ ଅମଳ ସହିତ ଆୟ ବୃଦ୍ଧି କରାଇବା ପାଇଁ ପ୍ରଶାସନ ସାହାଯ୍ୟ ଓ ସହଯୋଗ କଲେ ଚାଷୀ ବେସ ଲାଭ ବାନ ହୋଇ ଏକ ସୁସ୍ଥ କୃଷି ସମାଜ ଗଠନ ରେ ନିଜକୁ ପରିଚିତ କରିବା ସହିତ ଅପପୁଷ୍ଟିକୁ ମଧ୍ୟ ଏଡାଇ ଦିଆଯାଇପାରିବ ବୋଲି ଆଶା ଓ ବିଶ୍ୱାସ ରଖିଛି ସଂଗଠନ.ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଇଶ୍ୱର ପାଟିଲ ମଧ୍ୟ ଏହିକୃଷି କ୍ରାନ୍ତି ଅଭିଯାନ କାର୍ଯ୍ୟକ୍ରମ କୁ ଜାଣିଛନ୍ତି ବୋଲି ସଂଗଠନ ର ସାଥି ମାନଙ୍କ ଆଗରେ କହିଛନ୍ତି ଏହାସହିତ ଆଜିର ଦାବୀ ପତ୍ରଟିକୁ ନିଶ୍ଚିତ ଜିଲ୍ଲା କୃଷି ଅଧିକାରୀ ମାନଂକୁ ଅବଗତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି !
କନ୍ଧମାଳ ଜିଲ୍ଲାରୁ ସାନୁଜ ବେହେରାଙ୍କ ରିପୋର୍ଟ