ଆଜି ସ୍ବାୟତ୍ତ ଶାସନ ଦିବସ

ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ବିଏମ୍‌ସି ଜୋରଦାର ପ୍ରସ୍ତୁତି କରିଛି

ଆଜି ସ୍ବାୟତ୍ତ ଶାସନ ଦିବସ

ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ବିଏମ୍‌ସି ଜୋରଦାର ପ୍ରସ୍ତୁତି କରିଛି। ବିଏମ୍‌ସି-ଆଇସିଓଏମ୍‌ସି କୋଠାକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଥିବା ବେଳେ ପରିସରକୁ ଯଥାସମ୍ଭବ ସଫା ରଖିବାକୁ ଉଦ୍ୟମ ହୋଇଛି। ବିଏମ୍‌ସିକୁ ଆସିଥିବା ନୂଆ ମହାଯାତ୍ରା ଗାଡ଼ି, ବୁଲାଗୋରୁ ଉଠାଇବା ଗାଡ଼ି, ଫଗିଙ୍ଗ୍‌ ମେସିନ୍‌, ଲାର୍ଭିସାଇଡ୍‌ ସ୍ପ୍ରେ ମେସିନ୍‌ ପ୍ରଭୃତିର ଲୋକାର୍ପଣ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅଶୋକ ଚନ୍ଦ୍ର ପଣ୍ଡା ଓ ଟୁକୁନି ସାହୁଙ୍କ ସହ ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେବେ। ବିଏମ୍‌ସି ପରିସରରେ ଏହି ସବୁ କାର୍ଯ୍ୟକ୍ରମ ସରିବା ପରେ ଅତିଥିମା‌ନେ ସହରାଞ୍ଚଳବାସହୀନଙ୍କ ପାଇଁ ଉଦ୍ଦିଷ୍ଟ କୋଠା ଓ ଭିକାରୀମାନଙ୍କ ପାଇଁ ହୋଇଥିବା ଘରେ ଫଳ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। 

ସନ୍ଧ୍ୟାରେ ଜୟଦେବ ଭବନରେ ସାଧାରଣ ସଭା ଆୟୋଜିତ ହେବ। ସେଥି‌ରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯିବା ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ସକାଳ ୧୦ଟାରୁ କେତେକ ଜନହିତକର ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ହେବ। ସେଥିରେ ରାଜଧାନୀ କଲେଜ୍‌ଠାରୁ ବରମୁଣ୍ଡା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ, ୪୫ ନଂ ୱାର୍ଡରେ ବକ୍ସ ସେଲ୍‌ ଡ୍ରେନ୍‌, ଗୁରୁଦ୍ବାରରୁ ଆରଓବି ପର୍ଯ୍ୟନ୍ତ ଡ୍ରେନ୍‌, ସହିଦନଗରରେ ରାସ୍ତା, ୬ ନଂ ୱାର୍ଡରେ ଆରସିସି ଡ୍ରେନ୍‌ ଓ ହାତିଆସୁଣି ୱେଲ୍‌ଥ ସେଣ୍ଟରରେ ମୋ ଖତ ଗୋଦାମ ଗୃହ ରହିଛି। ଆସନ୍ତା ୨ ତାରିଖ ସନ୍ଧ୍ୟାରେ ବିଏମ୍‌ସି ରିକ୍ରିଏସନ କ୍ଲବ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ‘ମମତାର ବାଲିଘର’ ପରିବେଷିତ ହେବ। ଗତବର୍ଷ ୩ଦିନ ଧରି ଏହି ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇଥିବା ବେଳେ ଏଥର ଗୋଟିଏ ଦିନ କାର୍ଯ୍ୟକ୍ରମ ରହିଛି।