ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଅବାସ ପାଇଁ ହଟହଟା
ଭଙ୍ଗା ଦଦରା ଘରେ ରହୁଛନ୍ତି ପ୍ରମିଳା ବାଗ୍ ଆବାସ ଯୋଜନା ପାଇଁ ହଟହଟା

ଭଙ୍ଗା ଦଦରା ଘରେ ରହୁଛନ୍ତି ପ୍ରମିଳା ବାଗ୍ ଆବାସ ଯୋଜନା ପାଇଁ ହଟହଟା
ମଦନପୁର ରାମପୁର ୦୪/୦୭/୨୦୨୩ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଳକୁନା ଗ୍ରାମ ର ପ୍ରମିଳା ବାଗ ସ୍ବାମୀ କରୁଣା ବାଗ୍ ଭଙ୍ଗା ଦଦରା ଘରେ ରହୁଛନ୍ତି ହେଲେ ସରକାର ଙ୍କ ଆବସ୍ ଯୋଜନା ଅପହଞ୍ଚ। ସୂଚନା ଅନୁସାରେ ଗତ ବର୍ଷ ଝଡ ତୋଫାନ ରେ ଘର ଭୁଷୁଡି ପଡିବା ଯୋଗୁଁ ତହସିଲଦାର ଙ୍କ ନିର୍ଦ୍ଦେଶନାରେ ଏକ ତାରପାଇ ଯୋଗାଇ ଦେଇଥିଲେ। ଆଜି ଦେଖିବାକୁ ମିଳୁଛି ସରକାର ସମସ୍ତ ଙ୍କୁ ଆବାସ ଗୃହ ବଣ୍ଟନ କରୁଥିବା ବେଳେ ପ୍ରମିଳା ବାଗ୍ ଙ୍କୁ ଅଣଦେଖା କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଏଣୁ ସରକାର ଓ ପ୍ରସାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରିଛନ୍ତି
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରୁ ପଦ୍ମନାଭ ନାଏକ ଙ୍କ ରିପୋର୍ଟ