ବିଜେଡି ପ୍ରତିଷ୍ଠା ଦିବସ : ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ
ବିଜେଡି ପ୍ରତିଷ୍ଠା ଦିବସ : ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ, ଲୋକଙ୍କ ପାଖରେ ସେବା ଆଉ ବିକାଶ ପହଞ୍ଚାଇବାକୁ ନେତା ନେବେ ଶପଥ

ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ। ବିଜେଡିକୁ ୨୬ ପୁରି ୨୭ ଚାଲିଲା। ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାରୁ ପ୍ରତି ନିର୍ବାଚନ ମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଜେଡି ନିଷ୍ପତି ନେଇଛି। ଏହା ସହିତ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି କରିବ ବିଜେଡି। ରକ୍ତ ଶିବର, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ରହିଛି। ସେବା ଓ ବିକାଶକୁ ଅଧିକୁ ଗୁରତ୍ବ ଦେଉଥିବାରୁ ବିଜେଡି କର୍ମୀ ଓ ନେତା ଆଗାମୀ ଦିନରେ ଜନସାଧାରଣଙ୍କ ସେବା ଓ ବିକାଶକୁ ଅଧିକ ତ୍ବରାନ୍ବିତ କରିବାକ ଶପଥ ନେବ ।
୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ବିଜେଡି ତାର ୨୭ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପୀ ପାଳନ ଲାଗି ନେଇଛି ନିଷ୍ପତ୍ତି । ପ୍ରତିଷ୍ଠା ଦିବସ ଅବସରରେ କଟକ ଆନନ୍ଦ ଭବନରୁ ଏକ ସାଇକେଲ ରାଲି ସକାଳ ୮ଟା ବାହାରି ଭୁବନେଶ୍ବରରେ ଶଙ୍ଖ ଭବନରେ ପହଞ୍ଚିବ । ସାଇକେଲ ରାଲି ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ପାର୍କରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏହା ପରେ ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ କରାଯିବ। ଏହା ସହିତ ଯହେତୁ ବିଜୁ ଜନତା ଦଳକୁ ୨୬ ବର୍ଷ ପୂରିଛି ସେଥିପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଶଙ୍ଖ ଭବନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ଏହାସହିତ ସବୁ ନିର୍ବାଚନ ମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବା ସହ ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଶିବିର କରିବାକୁ ବିଜେଡି ନିଷ୍ପତି ନେଇଛି।
ସେହିପରି ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାରୁ ପ୍ରତିଷ୍ଠା ଦିବସରେ ଅଧିକ ଅଧିକ ଲୋକଙ୍କୁ ସାମିଲ କରିବାକୁ ବିଜେଡି ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି।
୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ। ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିଷ୍ଠା ଦିବସ ଅବସରରେ ‘ନବୀନ ଓଡ଼ିଶା’ ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା।ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ।