ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର

ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି ।

ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର

ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୩ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଏଭଳି ଘଟଣା ଘଟିଛି। ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବାକୁ କହିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ୪ରୁ ୫ଜଣ ଛାତ୍ରଙ୍କୁ ବଡ଼ଗଡ଼ ପୋଲିସ ଅଟକ ରଖିଛି ।