ରେଳ ଦୁର୍ଘଟଣା: ବାତିଲ ହେଲା ଏହି ଟ୍ରେନ୍

ରେଳ ଦୁର୍ଘଟଣା: ବାତିଲ ହେଲା ଏହି ଟ୍ରେନ୍

ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ବୁଧବାର ରାତି ପ୍ରାୟ 9.30 ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର 21ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତର ପୂର୍ବ ଏକ୍ସପ୍ରେସ ଦୁର୍ଘଟଣା ପରେ DDU ପାଟନା ରେଳ ମାର୍ଗ ପ୍ରଭାବିତ ହୋଇଛି । ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଜନସତାବଦୀ ଏକ୍ସପ୍ରେସକୁ ବାତିଲ କରାଯାଇଥିବା ବେଳେ 21ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ।