ଆଇପିଏଲ ମୁକାବିଲାରୁ ବାରବାଟୀ ବାଦ
ପ୍ରଥମରୁ ଶୁଣିବାକୁ ମିଳିଥିଲା ଯେ ଚଳିତ ଆଇପିଏଲ ଲିଗ ଭିତରୁ ଅନ୍ୟୁନ ଗୋଟିଏ ମ୍ୟାଚ୍ ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ ଭାଗରେ ପଡ଼ିବ ।

ପ୍ରଥମରୁ ଶୁଣିବାକୁ ମିଳିଥିଲା ଯେ ଚଳିତ ଆଇପିଏଲ ଲିଗ ଭିତରୁ ଅନ୍ୟୁନ ଗୋଟିଏ ମ୍ୟାଚ୍ ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ ଭାଗରେ ପଡ଼ିବ । ଗୁରୁବାର ବିସିସିଆଇ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ ୧୭ଟି ମ୍ୟାଚ୍ ଭିତରୁ ଗୋଟିଏ ହେଲେ ବାରବାଟୀକୁ ମିଳିଲାନି ।
ଦିଲ୍ଲୀ କ୍ୟାପିଟାଲ୍ସ ତା'ର ପ୍ରଥମ ଦୁଇଟି ଆଇପିଏଲ ମ୍ୟାଚ୍ ଭିତରୁ ଗୋଟିଏ କଟକରେ ଖେଳିବାର ଆଶଙ୍କା କରାଯାଇଛି l ଟୁର୍ଣ୍ଣାମେଂଟର ପ୍ରଥମ ୧୭ ଦିନରେ ନିର୍ଦ୍ଧାରିତ ୨୧ଟି ମ୍ୟାଚ୍ ତାଲିକା ପ୍ରକାଶ ପାଇଛି । ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରେ ଆଇପିଏଲର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ।
ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ସାଢେ଼ ୬ଟାରେ ଚେନ୍ନାଇସ୍ଥିତ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଚଳିତ ଆଇପିଏଲ ଲିଗର ଉଦ୍ଘାଟନୀ ମ୍ୟାଚ୍ ଖେଳିବ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ।
ଚଳିତ ଆଇପିଏଲରେ ସାମିଲ ୧୦ଟି ଟିମ୍କୁ ଦୁଇଟି ଗ୍ରୁପରେ ଗଠନ କରାଯାଇଛି। ଗ୍ରୁପ ଷ୍ଟେଜରେ ପ୍ରତି ଟିମକୁ ଦୁଇଟି ମ୍ୟାଚ୍ ଖେଳିବାକୁ ପଡ଼ିବ ।