ଓଡ଼ିଶାରୁ ବିଦାୟ ନେଲେ ଗଣେଶୀ ଲାଲ୍

ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଓଡ଼ିଶାରୁ ବିଦାୟ ନେଲେ ଗଣେଶୀ ଲାଲ୍

ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। କାର୍ଯ୍ୟକାଳ ସରିବା ପରେ ଓଡ଼ିଶା ଛାଡୁଛନ୍ତି ରାଜ୍ୟପାଳ । ଏହି ସମୟରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିଛି ସମୟ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ଓଡିଶା ଛାଡିବା ସମୟରେ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଓଡିଶା ମାଟିକୁ  ଭୁଲିପାରିବି ନାହିଁ।  ଓଡିଶା ମାଟିରେ କାମ କରିଥିବାରୁ ମୁ କୃତଜ୍ଞ।

ଗତକାଲି ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟପାଳ କହିଥିଲେ, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଏଠାକାର ମାଟିରେ ସୁଗନ୍ଧ ଅଛି । ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡ଼ିଶାର ପରବର୍ତୀ ରାଜ୍ୟପାଳ । ଆସନ୍ତା ୨୯ ତାରିଖରେ ରଘୁବର ଦାସ ଓଡ଼ିଶାରେ ପହଂଚିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।