ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର "ସହଯୋଗ"  ପରିବାର ତରଫରୁ ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା ଶୋଭାଯାତ୍ରା ହେବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର "ସହଯୋଗ"  ପରିବାର ତରଫରୁ ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା ଶୋଭାଯାତ୍ରା ହେବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ସୂଚନାଯୋଗ୍ୟ କି ନିରାକାରପୁର ଗେଟ ବଜାର ରୁ ସହଯୋଗ ପରିବାର ସଦସ୍ୟ ମାନେ ହାତରେ ଫ୍ଲାକର୍ଡ ଧରି ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲେ।

ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ ଲିଫ୍ଲେଟ ବଣ୍ଟନ କରାଯାଇଥିଲା। ପରେ ନିରାକାରପୁର ଡାକ୍ତରଖାନା ପରିସରରେ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନିରାକାରପୁର ଆଇଆଇସି ଶ୍ରୀମତୀ   ସୁଚିତ୍ରା ଜେନା, ବିଶିଷ୍ଟ ଅତିଥି ଭାବେ ସହଯୋଗ ପରିବାର ର ବରିଷ୍ଠ ଉପଦେଷ୍ଟା ଡ ପୂର୍ଣ୍ଣ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ରମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଗୋ ସୁରକ୍ଷା, ବୃକ୍ଷ ରୋପଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରିବା ସହିତ ଜନସାଧାରଣ ସଚେତନ ହେଲେ ଏହାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

ଅଂଶ ଗ୍ରହଣ କରିଥିବା ଯୁବକ ଯୁବତମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରି ଉଜ୍ଜଳ ଭବିଷ୍ୟତ କାମନା କରିବାକୁ ଆହ୍ବାନ କରିଥିଲେ। ଡାକ୍ତରଖାନା ପରିସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।   ଏହି କାର୍ଯ୍ୟକ୍ରମକୁ ସହଯୋଗ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ବରିଷ୍ଠ ସଦସ୍ୟ ମହେଶ୍ୱର ବେହେରା, ପଣ୍ଡିତ କୃପାସିନ୍ଧୁ ପଣ୍ଡା, ଲକ୍ଷ୍ମୀଧର ସାମନ୍ତରାୟ, ମାନସ ଚନ୍ଦ୍ର ପଟ୍ଟନାୟକ,ଅଶୋକ କୁମାର ବହୁବଲେନ୍ଦ୍ର, ହରିବନ୍ଧୁ ସିଂହ, ମନମୋହନ ନାୟକ, ପ୍ରତ୍ୟୁଷ କୁମାର ସାମନ୍ତରାୟ, ଦେବାଶିଷ ବିଶ୍ଵ ଭୁଷଣ ପାହାଡ ସିଂହ, ସନ୍ତୋଷ କୁମାର ବାରିକ, ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର, ନୃସିଂହ ଚରଣ ସାହୁ, ରତ୍ନାକର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ଅଶୋକ ମଙ୍ଗରାଜ, ଚନ୍ଦନ କୁମାର ପ୍ରଧାନ, ବିଶେଶ୍ୱର ପାଲଟା ସିଂହ ଓ ମନୋରଞ୍ଜନ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିବା ସହିତ ସମାଜସେବୀ ତଥା ସକ୍ରିୟ ସଭ୍ୟ ପ୍ରଣବ କୁମାର ଖାଡଙ୍ଗା, ଶୁଭାଶିଷ କୂଳଭୁଷଣ ପାହାଡ଼ ସିଂହ ଓ ପ୍ରଭାତ କୁମାର ସ୍ବାଇଁ ସହାୟତା କରିଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ