ବିଜୁଜନତା ଦଳର ଅମରେନ୍ଦ୍ର ଦାସ ଙ୍କ ନେତ୍ରୁତରେ ବିଶାଳ କର୍ମୀ ସମାବେଶ

ଆଜି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମାବେଶ ସ୍ଥାନୀୟ ଚର୍ଚିକା ବଜାର ନିକଟରେ ଆୟୋଜିତ ହୋଇଯାଇଛି।

ବିଜୁଜନତା ଦଳର ଅମରେନ୍ଦ୍ର ଦାସ ଙ୍କ ନେତ୍ରୁତରେ ବିଶାଳ କର୍ମୀ ସମାବେଶ

ଆଜି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମାବେଶ ସ୍ଥାନୀୟ ଚର୍ଚିକା ବଜାର ନିକଟରେ ଆୟୋଜିତ ହୋଇଯାଇଛି। କିନ୍ତୁ ଏହି ସମାବେଶ ରୁ ଯାହା ଜଣାଯାଏ l ଜଗତସିଂହପୁର ରେ ବିଜେଡି ଦୁଇଫାଳ ଥିବା ଆଗରୁ ଚର୍ଚ୍ଚା ହୋଇଆସୁଥିଲା କିନ୍ତୁ ତାହା ଆଜି ଖୁଲମ୍ ଖୁଲା ଭାବରେ ସାମନ୍ନା କୁ ଆସିଗଲା।

ଏହି ନିର୍ବାଚନମଣ୍ଡଳୀ ରେ ଗୋଟିଏ ପଟରେ ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ କର୍ମୀ ମାନଙ୍କୁ ନେଇ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ ଚଳାଉଥିବା ବେଳେ ଅନ୍ୟପଟେ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ନିଜର କର୍ମୀ ମାନଙ୍କୁ ନେଇ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ ମାନ କରି ଆସୁଥିଲେ। କିନ୍ତୁ ଏହି ଦୁଇ ନେତାଙ୍କ ଭିତରେ ସଦା ସର୍ବଦା ତିକ୍ତତା ଲାଗି ରହିଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଉନଥିଲା। ତାଙ୍କୁ ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ସମେତ ତାଙ୍କର ଆଗ ଧାଡିର କର୍ମୀମାନେ ସଦା ସର୍ବଦା ଅଣଦେଖା କରାଯାଉଥିଲା। କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଅମରେନ୍ଦ୍ର ଦାସ ଏକ ୧୦ ହଜାର। ରୁ ଉର୍ଦ୍ଧ ବିରାଟ ଶୋଭାଯାତ୍ରାରେ ଗାନ୍ଧିଛକ ଠାରୁ ବାହାରି ଜଗତସିଂହପୁର ବଜାର ପରିକ୍ରମା କରି ଚର୍ଚିକା ବଜାର ନିକଟରେ ପହଁଚି ଏକ ବିରାଟ ସଭା କରିଥିଲେ।

ଯେଉଁ ଶୋଭାଯାତ୍ରା ଆସୁଥିଲା ତାହା ଯେପରି ଜନ ସମୁଦ୍ର ପରି ଅନୁଭବ ହେଉଥିଲା। ପାଞ୍ଚବର୍ଷ ପୁରିଯିବାକୁ ବସିଲାଣି ହେଲେ ଯାହାକୁ ସେମାନେ ବିଧାୟକ ଭାବରେ ନିର୍ବାଚିତ କରାଇଥିଲେ ସେ ଦଳୀୟ କର୍ମୀଙ୍କ କଥା ବୁଝନ୍ତି ନାହିଁ ଏବଂ ସ୍ଵର୍ଗତ ବିଷ୍ଣୁ ଦାସ ଗଢ଼ିଥିବା ସଂଘଠନ କୁ ଭାଙ୍ଗିବା ସହିତ କର୍ମୀ ମାନଙ୍କୁ ହତାଦର କରିଛନ୍ତି। ତେଣୁ ଆମେ ଆଗାମୀ ନିର୍ବାଚନରେ ଅମରେନ୍ଦ୍ର ଦାସଙ୍କୁ ବିଧାୟକ ଭାବରେ ଦେଖିବାପାଇଁ ଦୃଢ଼ ସଂକଳ୍ପ ନେଇଛୁ ବୋଲି କର୍ମୀ ମାନେ ମତ ରଖିଛନ୍ତି l

ଜଗତସିଂହପୁର ରୁ ଲୋକନାଥ ସାହୁ ଙ୍କ ରିପୋର୍ଟ ONM ନିଉଜ୍ l