ଥଣ୍ଡା ଦିନରେ ଅଧିକ ଚା ସେବନ କରୁଛନ୍ତି କି? ସାବଧାନ!

ଶୀତଋତୁ ରେ ଥଣ୍ଡା ଦିନରେ ଚା ର ଡିମାଣ୍ଡ ପ୍ରାୟ ବଢ଼ିଯାଇ ଥାଏ l ଥଣ୍ଡା ର ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତଋତୁ ରେ ଅନେକ ଲୋକ ଏଭଳି ଥାଆନ୍ତି ଯିଏ କି ଖୁବ ଅଧିକ ଚା ପିଇଥାଆନ୍ତି l କିଛି ଲୋକ ଏଭଳି ଥାଆନ୍ତି ଯିଏ ଚା ବିନା ଗୋଟିଏ ଦିନ ମଧ୍ୟ ରହିବ ସମ୍ଭବ ହୋଇ ନଥାଏ l ଗୋଟିଏ କପ ଚା ଅନେକ ଗୁଡିଏ ରୋଗରୁ ରକ୍ଷା କରିଥାଏ l ଶୀତଋତୁ ରେ ଚା କୁ ବେଷ୍ଟ ଇମ୍ୟୁନିଟି ବୁଷ୍ଟର ବୋଲି କୁହାଯାଇ ଥାଏ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶୀତଋତୁ ରେ ଅଧିକ ଚା ପିଇବା ରୁ ଦୁରେଇ ରହିବା ଆବଶ୍ୟକ l କାହିଁକି ନା ଏହାଦ୍ୱାରା ଚା ର ସାଇଡ ଇଫେକ୍ଟ ଶରୀର ଉପରେ ପଡିଥାଏ l
* ଶୀତଋତୁ ରେ ଚା ପୀଇବା ମନକୁ ଓ ଶରୀର କୁ ଆରାମ ଲାଗିଥାଏ l ଚା ପିଇବା ଦ୍ୱାରା ସର୍ଦି-କାଶ ରୁ ଆରାମ ମିଳିଥାଏ, କିନ୍ତୁ ହେଲଥ ଏକ୍ସପର୍ଟ ଙ୍କ ମତରେ ଶୀତଋତୁ ରେ ଅଦା ଯୁକ୍ତ ଚା ପିଇବା ଉଚିତ ନୁହେଁ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଚା ରେ ଅଦା, ଲବଙ୍ଗ, ଗୁଜୁରାତି ପକାଇ ତାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ବସାଯାଇ ଫୁଟା ଯାଇଥାଏ l ଯାହାଦ୍ୱାରା ସେଥିରେ ଥିବା ଟେନିନ ବାହାରି ଆସିଥାଏ ଯାହାକି ଏସିଡ଼ିଟି କାରଣ ହୋଇଥାଏ l ତେଣୁ ଚେଷ୍ଟା କରନ୍ତୁ ଯେପରି ଚା ଅଧିକ ସମୟ ନଫୁଟିବ l
* ଟେନିନ ଗୋଟିଏ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଅଟେ, ଯାହା ଚା ଗୁଣ୍ଡରେ ରହିଥାଏ l ଯେତେବେଳେ ଟେନିନ ଅଧିକ ମାତ୍ରାରେ ସେବନ କରାଯାଇ ଥାଏ ସେତେବେଳେ ଏସିଡ ସମସ୍ୟା ହୋଇଥାଏ l ଅନେକ ସମୟ ରେ ଚା ଅଧିକ ମାତ୍ରାରେ ପେଟ ଗ୍ୟାସ ରେ ଫୁଲି ଯାଇଥାଏ l ଯେଉଁମାନେ ଗ୍ୟାସ ରୋଗୀ ସେମାନେ ଖୁବ କମ ଚା ପିଇବା ଆବଶ୍ୟକ l
* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗୋଟିଏ ଦିନରେ ୨ଥର ରୁ ଅଧିକ ଚା ପିଇବା ଉଚିତ ନୁହେଁ l ଅତ୍ୟଧିକ ଚା ସେବନ ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l ଚା ଅଧିକ ସେବନ ଦ୍ୱାରା ଅଳସର ମଧ୍ୟ ହେବାର ସମ୍ଭାବନା ଅଧିକ ବଢ଼ିଯାଇ ଥାଏ l