ସଫଳତା ପଥରେ ‘ଆଦିତ୍ୟ ଏଲ୍-ୱାନ’
ସଫଳତା ପଥରେ ‘ଆଦିତ୍ୟ ଏଲ୍-ୱାନ’, ଆଜି ଛାଡ଼ିଲା ପୃଥିବୀର ଦ୍ଵିତୀୟ କକ୍ଷପଥ

ପୃଥିବାର ଦ୍ଵିତୀୟ କକ୍ଷପଥକୁ ସଫଳତାର ସହ ପାର କଲା ‘ଆଦିତ୍ୟ ଏଲ୍-ୱାନ’ lଏବେ ତୃତୀୟ କକ୍ଷରେ ପୃଥିବୀର ଚକ୍କର କାଟୁଛି ସ୍ପେସକ୍ରାଫ୍ଟ ଏଲ୍-ୱାନ ପଏଣ୍ଟକୁ ଯାତ୍ରା ପାଇଁ ଲାଗିବ ୪ ମାସ
ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଇସ୍ରୋର ସୋଲାର ମିଶନ ‘ଆଦିତ୍ୟ ଏଲ୍-ୱାନ’ ଉପରେ ସମସ୍ତଙ୍କ ନଜର ରହିଛି। ସେପ୍ଟେମ୍ବର ୨ ତାରିଖରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏବେ ଏହି ‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ପୃଥିବାର ଦ୍ଵିତୀୟ କକ୍ଷପଥକୁ ସଫଳତାର ସହ ପାର କରିଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ସୋମବାର ରାତି ୨ଟା ୪୫ ସମୟରେ ପୃଥିବାର ଦ୍ଵିତୀୟ କକ୍ଷପଥ ପାର କରିଥିଲା। ବେଙ୍ଗାଳୁରୁର ଆଇଏସଟିଆରଏସି କେନ୍ଦ୍ରରୁ ଏହି କକ୍ଷପଥ ପରିବର୍ତ୍ତନ ପାଇଁ ନିର୍ଦେଶ ଦିଆଯାଇଥିଲା।
‘ଆଦିତ୍ୟ ଏଲ୍-ୱାନ’ କକ୍ଷ ପରିବର୍ତ୍ତନ କଲାବେଳେ ଏହାକୁ ପୋର୍ଟ ବ୍ଲେୟାର, ବେଙ୍ଗାଳୁରୁ ଏବଂ ମରିଶସରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ କରାଯାଇଥିଲା। ଏବେ ଏହି ସ୍ପେସକ୍ରାଫ୍ଟ ପୃଥିବୀର ୨୮୨ କିଲୋମିଟର ଗୁଣା ୪୦,୨୨୫ କିଲୋମିଟରର ନୂଆ କକ୍ଷକୁ ଯାଇଛି।
ଆଗକୁ ସେପ୍ଟେମ୍ବର ୧୦ ତାରିଖର ଦିନ ୨ଟା ୩୦ ବେଳେ ଆଦିତ୍ୟ ଏଲ୍-ୱାନ ସ୍ପେସକ୍ରାଫ୍ଟ ପୃଥିବୀର ତୃତୀୟ କକ୍ଷକୁ ଯିବାର ଧାର୍ଯ୍ୟ ହୋଇଛି। ଏଥିପାଇଁ ଇସ୍ରୋ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି।
‘ଆଦିତ୍ୟ ଏଲ୍-ୱାନ’ ଏବେ ନିଜର ନିର୍ଦ୍ଧାରିତ ସ୍ଥାନ ଏଲ୍-ୱାନ ପଏଣ୍ଟକୁ ଚାରି ମାସର ଯାତ୍ରା ଜାରି ରଖିଛି। ଏହା ପ୍ରଥମେ ୫ଟି କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବାପରେ ଏଲ୍-ୱାନ ପଏଣ୍ଟ ଅଭିମୁଖେ ଯିବ।