ଶଙ୍ଖ ଭବନ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ବିଶାଳ ଫଟୋଚିତ୍ର

ଏହି ଫଟୋ କୁ ସର୍ବ ସମ୍ମୁଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇ ଶଙ୍ଖ ଭବନ ର ଶୋଭା ବୃଦ୍ଧି ପାଇଁ ରଖା ଯାଇଛି।

ଶଙ୍ଖ ଭବନ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ବିଶାଳ ଫଟୋଚିତ୍ର

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଯାହାକି ଓଡ଼ିଆ ଜାତି ତଥା ଓଡ଼ିଶା ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ। ଏହି ପବିତ୍ର ଦିନରେ ଅଖିମୁଠି ଅନୁକୂଳ ଠାରୁ ଆରମ୍ଭ କରି ଜଗତର ନାଥ ଜଗନ୍ନାଥଙ୍କ ସମେତ ୩ଜୀୟୁ ଙ୍କ ଘୋଷ ଯାତ୍ରା ପାଇଁ ବ୍ୟବହୃତ ରଥ ର ରଥକାଠ ଅନୁକୂଳ କରାଯାଇଥାଏ। ପୁରାଣ ବର୍ଣ୍ଣିତ ରହିଛି ଆଜି ଏପରି ଏକ ଦିନ ଯେ ଆଜି ଯେଉଁ କାର୍ଯ୍ୟ ଆରମ୍ଭ କରା ଯାଇଥାଏ ତାହା ଅତ୍ୟନ୍ତ ଅକ୍ଷତ ଅବସ୍ଥାରେ ଅତ୍ୟନ୍ତ ସଫଳତା ର ସହ ପରିପୂର୍ଣ୍ଣ ହୋଇଥାଏ। 


ତେବେ ଏହି ପବିତ୍ର ଦିନରେ ଆଜି ରାଜ୍ୟ ରେ ୨୫ବର୍ଷ ଶାସନ କ୍ଷମତା ରେ ରହିଥିବା ଲୋକ ପ୍ରିୟ ରାଜ ନୈତିକ ଦଳ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନ ଓଡ଼ିଶାର ଜନ ସାଧାରଣ ଙ୍କ ସେବା ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଅନେକ ବରିଷ୍ଠ ବିଧାୟକ, ସାଂସଦ, ରାଜନେତା, ଛାତ୍ର ନେତା ଯୁବ ନେତା, ମହିଳା ସଭାନେତ୍ରୀ ଙ୍କ ଗହଣରେ ବିଶାଳ ସମାବେଶ ରେ ଶଙ୍ଖ ଭବନ ଲୋକାର୍ପିତ ହୋଇଛି। ତେବେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାରୁ ଅନେକ ନାମି ଦାମି ଉପହାର ଆସିଥିବା ବେଳେ କଟକ ଜିଲ୍ଲା ପକ୍ଷରୁ କିମ୍ବଦନ୍ତୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଏକ ବିଶାଳ ଫଟୋଚିତ୍ର ପ୍ରଦାନ କରାଯାଇଛି। ଏହି ଫଟୋ କି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏହାକୁ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସୌଭିକ୍ ବିଶ୍ବାଳ, ଦେବାଶିଷ ସାମନ୍ତରାୟ, ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ ଓ କଟକ ମେୟର ସୁବାସ ସିଂ ଙ୍କ ସମେତ ବହୁ ରାଜନେତା ଉପସ୍ଥିତ ଥିଲେ। ଏହାକୁ ସର୍ବ ସମ୍ମୁଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇ ଶଙ୍ଖ ଭବନ ର ଶୋଭା ବୃଦ୍ଧି ପାଇଁ ରଖା ଯାଇଛି। ଏହାକୁ ଦେଖିବା ପାଇଁ ଜନ ସାଧାରଣ ଙ୍କ ମଧ୍ୟ ରେ ନାହିଁ ନଥିବା ଉତ୍ସୁକତାର ସହ ଗହଳି ଲାଗି ରହିଛି।