ସିଆରପିଏଫ୍‌ ଛକ ଓଭର ବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା

ସିଆରପିଏଫ୍‌ ଛକ ଓଭର ବ୍ରିଜ ଉପରେ ହେଲା ମର୍ମନ୍ତୁଦ ଦୁର୍ଘଟଣା । ଡ଼ିଭାଇଡର୍ ଡେଇଁ ବାଇକ୍‌କୁ ପିଟିଲା କାର୍ ।

ସିଆରପିଏଫ୍‌ ଛକ ଓଭର ବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା

ସିଆରପିଏଫ୍‌ ଛକ ଓଭର ବ୍ରିଜ ଉପରେ ହେଲା ମର୍ମନ୍ତୁଦ ଦୁର୍ଘଟଣା । ଡ଼ିଭାଇଡର୍ ଡେଇଁ ବାଇକ୍‌କୁ ପିଟିଲା କାର୍ । ଦୁଇ ବାଇକ୍ ଆରୋହୀଙ୍କୁ ଘୋଷାଡି ନେଲା କାର୍ ।

ବାଇକ୍ ଆରୋହୀଙ୍କ ପରିଚୟ ମିଳି ନଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ପଠାଇଲା ପିସିଆର୍ । ସ୍ଥାନୀୟ ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍ପିଏଫ୍ ଛକ ଓଭର ବ୍ରିଜ ଉପରେ ଏକ ଛାତିଥରା ଦୁର୍ଘଟଣା ଘଟିଛି ।

ନିଜ ସମ୍ପର୍କୀୟଙ୍କୁ ଦେଖିବାକୁ ଏମ୍ସ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ବରମୁଣ୍ଡାରୁ ଜୟଦେବ ବିହାର ପଟକୁ ଆସୁଥିବା ଗୋଟିଏ କାର୍ ହଠାତ୍ ଡିଭାଇଡର ଭାଙ୍ଗି ଧକ୍କା କରିଥିଲା ।

କାର୍ ଟି ବାଇକ୍ କୁ ଧକ୍କା ଦେବା ସହ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ପେଟ୍ରୋଲିଂ କରୁଥିବା ପିସିଆର୍ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ଦୁଇ ବାଇକ୍ ଆରୋହୀଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।