ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି
ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି

ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି l ସ୍କୁଲ ନିର୍ମାଣ ର ତିନିମାସ ନପୂରୁଣୁ ସ୍କୁଲ ଛାତରେ ଜମିରହୁଛି ପାଣି I ହାତ ମାରିଦେଲେ ଛାତରୁ ବାହାରୁଚି ପୁଳା ପୁଳା ବାଲି I ଯନ୍ତ୍ରୀ ଓ ଠିକାଦାର ଙ୍କ ସଲାସୁତୁରାରେ ନିମ୍ନ ମାନର କାମ ହୋଇଥିବା ଅଭଯୋଗ କଲେ ଗ୍ରାମବାସୀ I
କନ୍ଧମାଳ- ରାଜ୍ୟ ସରକାର ୫ ଟି ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ମାନଙ୍କ ର ରୂପାନ୍ତରିତ କାମ କରୁଛନ୍ତି I ଗୁଣାତ୍ମକ ମାନର ଶିକ୍ଷା ପାଇଁ ଏହି ସ୍ମାର୍ଟ ସ୍କୁଲ ମାନଙ୍କରେ ଅତ୍ୟାଧୁନିକ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଥିବା ବେଳେ ସ୍କୁଲର କଳାପଟା ଠାରୁ ଆରମ୍ଭ କରି ସାଇନ୍ସ ଲ୍ୟାବ କମ୍ପୁଟର ଲ୍ୟାବ, ଅତ୍ୟାଧୁନିକ ପାଠାଗାର ସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ତା କରାଯାଇଛି I କିନ୍ତୁ ଏହି ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯ୍ୟ ରେ କିଛି ଅସାଧୁ ଠିକାଦାର ଓ ବିଭାଗ ର କିଛି ଲାଞ୍ଚୁଆ ଯନ୍ତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ର କୋଠା ଗୁଡିକ ଅତି ନିମ୍ନ ମନର ନିର୍ମାଣ ହୋଇଥିବା ବେଳେ କଉଠି କାମ ସରିବାର ତିନିମାସ ନପୂରୁଣୁ କୋଠା ଗୁଡିକର ଛାତରୁ ପାଣି ଝରିଲାଣି ତ ଆଉ କଉଠି କୋଠା ଗୁଡିକର କାନ୍ଥ ସାମାନ୍ୟ ବର୍ଷା ହେଲେ କାନ୍ଥ ଗୁଡିକରେ ପାଣି ପଶି ଖରାପ ହେବାକୁ ବସିଲାଣି I
ଏମିତି ଏକ ୫ ଟି ଅଧୀନରେ ନିର୍ମାଣ କରାଯାଇଥିବା ବା ରୂପାନ୍ତରିତ କରାଯାଇଥିବା ସ୍ମାର୍ଟ ବିଦ୍ୟାଳୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୁହାଯାଉଥିବା ଜାଜେଶପଙ୍ଗା ଗାଁ ରେ I ତେବେ ଏହି ଫିରିଙ୍ଗିଆ ବ୍ଲକ ରେ ପ୍ରଥମ ପର୍ଯ୍ୟାୟ ରେ ହୋଇଥିବା ସ୍ମାର୍ଟ ସ୍କୁଲ ର ସଫଳ ରୂପାୟନ ପରେ ଦ୍ୱିତୀୟ ପର୍ଯ୍ୟାୟ ରେ ଏହି ବ୍ଲକ ରେ ଆଠଟି ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିଲା I ସେମାନଙ୍କ ମଧ୍ୟରୁ ଏହି ଜାଜେସପାଙ୍ଗା ଠାରେ ଥିବା ଆଦିବାସୀ ଉଚ୍ଚ ବିଦ୍ୟାଳୟ କୁ ମଧ୍ୟ୍ୟ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିଲା I
ତେବେ ଏହି ବିଦ୍ୟାଳୟ ର ନିର୍ମାଣ କାମ ବ୍ଲକ ରେ କାର୍ଯ୍ୟରତ ସୁନୀଲ କୁମାର ପାତ୍ର ନାମକ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ହୋଇଥିବା ବେଳେ କାମଟିକୁ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତ ରିବିଳଦା ଗାଁ ର ଚନ୍ଦ୍ରମଣି ରଣା ନାମକ ଜଣେ ଠିକାଦାର ଙ୍କ ଦ୍ୱାରା କରାଯାଇଥିଲା I ବର୍ତ୍ତମାନ ବିଦ୍ୟାଳୟ ର କାର୍ଯ୍ୟ ଶେଷ ହୋଇଥିବା ବେଳେ ଗତ ତନିମାସ ହେବ ବିଦ୍ୟାଳୟ ର ଉଦଘାଟନ ମଧ୍ୟ୍ୟ ହୋଇସାରିଛି I କିନ୍ତୁ କାମ ସାରିବାର ଚାରି ମାସ ନପୂରୁଣୁ ବିଦ୍ୟାଳୟ ଛାତରେ ପାଣି ଜମି ରହିବା ସହ ବିଦ୍ୟାଳୟ ର କାନ୍ଥ ଗୁଡିକରେ ପାଣି ବାହାରୁଛି I ଏହାସହ ଛାତ କାମ ଟି ଏତେ ନିମ୍ନ ମାନର ହୋଇଛି ଯେ ଛାତରେ ହାତ ମାରିଦେଲେ ସିମେଣ୍ଟ ଗୋଡି ବଦଳରେ କେବଳ ବାଲି ହିଁ ବାହାରୁଛି I ଯାହାପାଇଁ ଏହି ବିଦ୍ୟାଳୟ ର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି I
ଅନ୍ୟପଟେ ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ସମୃକ୍ତ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଟି ଅତି ନିମ୍ନ ମାନର ହୋଇଥିବା ଅଭଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଙ୍କ ସହ ଅଭିଭାବକ ମାନେ I ଅନ୍ୟପଟେ ଏହି ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱ ରେ ଥିବା ସମ୍ପୃକ୍ତ ଯନ୍ତ୍ରୀ ଓ ଯନ୍ତ୍ରୀ ଙ୍କ ସହ ମିଶି ନିମ୍ନ ମାନର କାର୍ଯ୍ୟ କରିଥିବା ସମ୍ପୃକ୍ତ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କରନ୍ୟାନୁଷ୍ଠାନ ଦାବି କରିଛନ୍ତି ଜାଜେଶପଙ୍ଗା ଗାଁ ର ଜନସାଧାରଣ ଓ ବୁଦ୍ଧିଯିବି ମାନେ I ଅନ୍ୟପଟେ ଏହି ନିମ୍ନ ମାନର କାର୍ଯ୍ୟ ବିଷୟରେ ସମ୍ପୃକ୍ତ ଠିକାଦାର ଚନ୍ଦ୍ରମଣି ରଣା ଙ୍କୁ ପଚାରିବାରୁ ଯନ୍ତ୍ରୀ ଙ୍କ ନିର୍ଦେଶ ଅନୁସାରେ ବିଦ୍ୟାଳୟ ର ନିର୍ମାଣ କରାଯାଇଥିବା କହି ସଫେଇ ଦେଇଥିବା ବେଳେ ଘଟଣା ବିଷୟରେ ଦାୟିତ୍ୱ ରେ ଥିବା ସମ୍ପୃକ୍ତ ଯନ୍ତ୍ରୀ ସୁନୀଲ କୁମାର ପାତ୍ର ଙ୍କୁ ପଚାରିବାରୁ ଛାତରେ ପାଣି ଜମା ହେବା କଥା କୁ ସ୍ୱୀକାର କରିବା ସହ ଅତି ଖମାଖିଆଲି ଭାବରେ ଠିକାଦାର ଙ୍କୁ ଆଉ ଥରେ ଛାତର ଗ୍ରୀଡିଙ୍ଗ କରିବା ପାଇଁ ସମ୍ପୃକ୍ତ ଠିକାଦାର ଙ୍କୁ ନିର୍ଦେଶ ଦିଆଯାଇଛି ଓ ଏହି ଘଟଣା ଉପରେ ନିୟୁଜ କଲେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି I
ତେବେ ଜଣେ କାର୍ଯ୍ୟରତ ଯନ୍ତ୍ରୀ ଙ୍କ ଏଭଲି ମନ୍ତବ୍ୟ କେତେଦୂର ଗ୍ରହଣୀୟ ସହଜରେ ଅନୁମାନ କରାଯାଇପାରେ I ଅନ୍ୟପଟେ ଯନ୍ତ୍ରୀ ଜଣକ ଫିରିଙ୍ଗିଆ ବ୍ଲକ ରେ ଏକାଧିକ ୫ ଟି ବିଦ୍ୟାଳୟ ନିର୍ମାଣ ଦାୟିତ୍ୱ ରେ ଥିବା ବେଳେ ପ୍ରାୟ ସମସ୍ତ ବିଦ୍ୟାଳୟ ରେ ଏଭଳି ସମସ୍ୟା ରହିଥିବା ଅଭଯୋଗ ହୋଇଛି I ଅନ୍ୟ ପଟେ ସମ୍ପୃକ୍ତ ଯନ୍ତ୍ରୀ ବ୍ଲକ ରେ ବିଭିନ୍ନ ସ୍ଥାନରେ ଏକାଧିକ ୫ ଟି କାମ ର ସ୍ମାର୍ଟ ସ୍କୁଲ ନିର୍ମାଣ କରିଥିବାରୁ କାର୍ଯ୍ୟର ଉଚ୍ଚ ସ୍ଥରୀୟ ତଦନ୍ତ ହେବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ଓ କିଛି ପୂର୍ବତନ ବରିଷ୍ଠ ଛାତ୍ର ଦାବୀ କରିଛନ୍ତି l
କନ୍ଧମାଳ ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ