ଦେଶରେ ସବୁଠୁ ମହଙ୍ଗା ସହର ଭୁବନେଶ୍ୱର

ରିପୋର୍ଟ ପ୍ରସ୍ତୁତ କରିଛି ମନି କଂଟ୍ରୋଲ ଲିଆସେସ୍ ଫୋରାସ

ଦେଶରେ ସବୁଠୁ ମହଙ୍ଗା ସହର ଭୁବନେଶ୍ୱର

ଭୁବନେଶ୍ୱର: ଦେଶରେ ସବୁଠୁ ମହଙ୍ଗା ସହର ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ନିଜର ଘରଟିଏ କରି ରହିବାକୁ ସମସ୍ତେ ଚାହାନ୍ତି । ହେଲେ ଏଠାରେ ଘରର ଦାମ ଆକାଶଛୁଆଁ । ତେଣୁ ମଧ୍ୟବିତ୍ତ ଲୋକଟିଏ ଏଠି ଘର କରି ରହିବା ସାତ ସପନ । ଭୁବନେଶ୍ୱରରେ ଘରଟିଏ କିଣିବା କେତେ ମହଙ୍ଗା ସେନେଇ ରିପୋର୍ଟ ପ୍ରସ୍ତୁତ କରିଛି ମନି କଂଟ୍ରୋଲ ଲିଆସେସ୍ ଫୋରାସ । ଏଥିରେ କୁହାଯାଇଛି ଯେ, ଭୁବନେଶ୍ୱରରେ ଘରଟିଏ କରି ଭଡା ଲଗାଇ ତାର ମୂଳ ଟଙ୍କା ଉଠାଇବାକୁ ଚାହିଁଲେ ୪୭ ବର୍ଷ ଲାଗିଯିବ । ଦେଶରେ କେବଳ ଭାଇଜାଗ ସହରରେ ଘରର ଦାମ୍ ଭୁବନେଶ୍ୱରଠାରୁ ଅଧିକ ରହିଛି । ଅର୍ଥାତ ଭୁବନେଶ୍ୱରରେ ଘର କଣିବା ଦେଶରେ ଦ୍ୱିତୀୟ ସର୍ବାଧିକ । ଏପିରିକି ବେଙ୍ଗାଳୁରୁ, କୋଲକାତା ଓ ଇନ୍ଦୋରରେ ମଧ୍ୟ ଭୁବନେଶ୍ୱରଠାରୁ ଘର ଶସ୍ତା ବୋଲି ରିପୋର୍ଟରେ କୁହାଯାଇଛି । ବିଶେଷ କରି ଏଠାରେ ଜମି ମୂଲ୍ୟ ଅଧିକ ଏବଂ କଞ୍ଚାମାଲ ଦର ବୃଦ୍ଧି ଯୋଗୁଁ ଘର ଦାମ ଆକାଶ ଛୁଆଁ ହୋଇଛି ।

ଭୁବନେଶ୍ୱରରେ ଘର ସବୁଠୁ ମହଙ୍ଗା !!!

ଭାଇଜାଗ ପରେ ଭୁବନେଶ୍ୱରରେ ଘର କିଣିବା ସବୁଠୁ ମହଙ୍ଗା

ଜମିର ଚଢା ଦର ସାଙ୍ଗକୁ କଞ୍ଚା ମାଲ ଦରବୃଦ୍ଧି ଯୋଗୁଁ ଘର ମହଙ୍ଗା

ଭୁବନେଶ୍ୱରରେ ଘରର ଦାମ୍ ୫୬୯ ମାସର ଘର ଭଡା ସହିତ ସମାନ

ଅର୍ଥାତ ଜଣେ ଘର କିଣି ଭଡାରେ ମୂଳ ଟଙ୍କା ଅସୁଲ କରିବା ମୁସ୍କିଲ

ଘର ଭଡା ଲଗାଇ ପଇସା ଆଦାୟ କରିବାକୁ ୪୭ ବର୍ଷ ୫ ମାସ ଲାଗିଯିବ

ଜଣେ ୩୫ ବର୍ଷରେ ଘର କିଣିଥିଲେ ଭଡା ଲଗାଇ ପଇସା ପାଇବା ବେଳକୁ ୮୨ ବର୍ଷ ହୋଇଥିବ

ତେଣୁ ଘର କିଣିବା ଅପେକ୍ଷା ଭଡା ଘରେ ରହିବା ଭଲ ବୋଲି ଅନେକଙ୍କ ମତ

ବ୍ୟାଙ୍କରୁ ଋଣ କରି ଘର କଲେ ୨୦ରୁ ୨୫ ବର୍ଷ ମାସିକ ଇଏମଆଇ ଭରିବାକୁ ପଡିବ

ବେଙ୍ଗାଳୁରୁ, କୋଲକାତା ଓ ଇନ୍ଦୋରରେ ଭୁବନେଶ୍ୱରଠାରୁ କମ୍ ଦାମରେ ମିଳୁଛି ଘର

କେବଳ ଭାଇଜାଗରେ ଭୁବନେଶ୍ୱରଠାରୁ ମହଙ୍ଗା ରହିଛି ଘରର ଦାମ୍

କେଉଁ ସହରରେ କେତେ ଘରର ଦାମ୍?

ଭୁବନେଶ୍ୱରରେ ଘରର ଦର ୪୭ ବର୍ଷ ୫ ମାସର ଘର ଭଡା ସହ ସମାନ

ବେଙ୍ଗାଳୁରୁରେ ଏହା ମାତ୍ର ୨୫ ବର୍ଷ ୩ ମାସର ଭଡା ସହ ସମାନ

ଦିଲ୍ଲୀ ଏନସିଆରରେ ଘର କିଣିବା ୩୭ ବର୍ଷ ୫ ମାସର ଭଡା ସହିତ ସମାନ

ଚଣ୍ଡିଗଡରେ ୩୧ ବର୍ଷ ୧୧ ମାସର ଘର ଭଡା ସହ ସମାନ ଘରର ଦର

ମୁମ୍ବାଇରେ ଘର କଣିବା ଖର୍ଚ୍ଚ ୩୯ ବର୍ଷ ୧୦ ମାସ ର ଭଡା ସହିତ ସମାନ

ପୁଣେରେ ଘରର ଦର ୩୨ ବର୍ଷ ୧ ମାସର ଘର ଭଡା ସହିତ ସମାନ

କୋଲକାତାରେ ୨୯ ବର୍ଷ ୧୦ ମାସ ଭଡାରେ ରହିବା ସହିତ ସମାନ ଘରର ଦାମ୍

ହାଇଦ୍ରାବାଦ ଏହା ୪୭୨ ମାସ ଅର୍ଥାତ ୩୯ ବର୍ଷ ୪ ମାସର ଘର ଭଡା

ପାଟନାରେ ୪୬ ବର୍ଷ ୧ ମାସ ଭଡାରେ ରହିବା ସହ ସମାନ ଘରର ଦାମ୍

 ଡେରାଡୁନରେ ଏହା ୪୧୫ ମାସ ଅର୍ଥାତ ୩୪ ବର୍ଷ ୭ ମାସର ଘର ଭଡା

 ତଥାପି ଆମ ସମସ୍ତଙ୍କ ମୁହଁରେ