ସାବିତ୍ରୀ ବ୍ରତ ପାଇଁ ମହାଙ୍ଗା ହେଲା ଫଳ ରେଟ୍‌

ରାତି ପାହିଲେ ସାବିତ୍ରୀ ବ୍ରତ। ପତିର ଦୀର୍ଘ ଆୟୁଷ ସହ ମଙ୍ଗଳ ମନାସି ସଧବା ପାଳନ କରିବେ ସାବିତ୍ରୀ ।

ସାବିତ୍ରୀ ବ୍ରତ ପାଇଁ ମହାଙ୍ଗା ହେଲା ଫଳ ରେଟ୍‌

ରାତି ପାହିଲେ ସାବିତ୍ରୀ ବ୍ରତ। ପତିର ଦୀର୍ଘ ଆୟୁଷ ସହ ମଙ୍ଗଳ ମନାସି ସଧବା ପାଳନ କରିବେ ସାବିତ୍ରୀ । ଆଉ ଏଥିପାଇଁ ଫଳ ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଲାଣି । ଟ୍ୱିନ ସିଟି ସମେତ ବିଭିନ୍ନ ସ୍ଥାନରେ ଥିବା ଦୋକାନ ବଜାରରେ ଗହଳି ଚହଳି ଲାଗିଲାଣି । କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।

ତେବେ ଚଳିତବର୍ଷ କେବଳ ଆମ୍ବକୁ ଛାଡିଦେଲେ ସବୁ ଫଳ ଦର ଅଧିକ ରହିଛି। ସେଓର ହୋଲସେଲ ଦର କେଜି ପ୍ରତି ୧୭୫ ଟଙ୍କା ଥିବା ବେଳେ ଖୁଚୁରାରେ ୨ଶହରୁ ୨୫୦ଟଙ୍କା ରହିଛି। ସେହିପରି ଅଙ୍ଗୁର ଖୁଚୁରା ଦର କିଲୋ ପ୍ରତି ୧୫୦ ଟଙ୍କା, କମଳା ୧୨୦ ଟଙ୍କା, ଲିଚୁ ୨୫୦ ଟଙ୍କା,ଡାଳିମ୍ବ ୧୮୦ ଟଙ୍କା ରହିଛି। ଖାଲି ଫଳ ଦୋକାନ ନୁହେଁ, ସାବିତ୍ରୀ ପାଇଁ ଲୁଗା ଦୋକାନରେ ଭିଡ ଜମୁଛି।