ଷ୍ଟେଟ୍ ପ୍ରୋଗ୍ରେସିଭ୍ ୱଇମେନ୍ସ୍ ଫୋରମ୍ ପକ୍ଷରୁ ମହିଳା ଶିଶୁ ଅଧିକାର ନେଇ ଜାତୀୟ ସମାବେଶ

ମହିଳା ଏବଂ ଶିଶୁମାନଙ୍କର ସାମଗ୍ରିକ ବିକାଶ ଓ ଅଧିକାର ବିଷୟବସ୍ତୁ ନେଇ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଜାତୀୟ ସମାବେଶ

ଷ୍ଟେଟ୍ ପ୍ରୋଗ୍ରେସିଭ୍ ୱଇମେନ୍ସ୍ ଫୋରମ୍ ପକ୍ଷରୁ ଆଜି ଅର୍ଥାତ୍ ଜାନୁଆରୀ ୨୭ତାରଖ ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ମହିଳା ଶିଶୁ ଅଧିକାର ବିଷୟବସ୍ତୁ ନେଇ ଏକ ଜାତୀୟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ମାନ୍ୟବର ଜୁଏଲ୍ ଓରାମ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜୋଳନ କରି ସମାବେଶ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ

ଅନ୍ଯ ଅତିଥି ଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ସଂସଦର ସଦସ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନନ୍ଦ, ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ବିଧାନସଭା ସଦସ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଉତ୍କଳ ପ୍ରସଙ୍ଗ ର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର, ରାଜ୍ଯ ମହିଳା କମିଶନ ର୍ ଅଧ୍ୟକ୍ଷା ଶ୍ରୀମତୀ ମିନତି ବେହେରା, ହିନ୍ଦୁ ବିଶ୍ୱବିଦ୍ୟାଳୟ ର ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟ ପକ୍ଷରୁ ଶ୍ରୀଯୁକ୍ତ ତ୍ରିଭୁବନ ମହାପାତ୍ର, ଏବଂ ପୂର୍ବତନ ସୂଚନା କମିଶନର ଓଡିଶା ଶ୍ରୀମତୀ ଶସିପ୍ରଭା ବିନ୍ଧାଣୀ ଯୋଗ ଦେଇଥିଲେ |

ପୂର୍ବାହ୍ନ ଏହି ବରଣାଢ୍ୟ ପରିବେଶ ରେ ରାଜ୍ୟ ପ୍ରୋଗ୍ରେସିଭ୍ ମହିଳାଙ୍କ ଫୋରମ୍ ର ଅଦ୍ଧକ୍ଷା ମମତା ସାମନ୍ତରାୟ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣନା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ

ପରେ ପରେ ମହାମହିମ ଓଡ଼ିଶା ର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଦେଇଥିବା ସମ୍ମିଳନୀ ର  ବାର୍ତ୍ତା ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା

ଏହା ପରେ ନିମନ୍ତ୍ରିତ ଅତିଥି ମାନେ ମହିଳା ତଥା ଶିଶୁ ଅଧିକାର ଉପରେ ବହୁ ମୁଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ ପରେ କାଲାହାଣ୍ଡି ଜିଲ୍ଲା ର ସ୍ବୟଂ ସହାୟକ ଗୋଷ୍ଠୀ ର ଜିଲ୍ଲା ସଭାପତି ଶ୍ରୀମତୀ ପୁଷ୍ପାଞ୍ଜଳି କାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଆୟୋଜିତ ହୋଇଥିଲା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯେଉଁଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ମହିଳା ଯୋଗ ଦେଇଥିଲେ 

ତେବେ ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ସମାବେଶ ର ଦ୍ବିତୀୟ ଅଧିବେଶନ , ଯେଉଁଥିରେ ମହିଳା ଏବଂ ଶିଶୁମାନଙ୍କର ସାମଗ୍ରିକ ବିକାଶ ର ବିଷୟବସ୍ତୁ ନେଇ ଓଡ଼ିଶା ର ସୁନାମ ଧନ୍ଯ ବକ୍ତା ମାନଙ୍କ ବେଶ ସରଗର୍ଭକ ଅଭିଭାଷଣ ଶୁଣିବାକୁ ମିଳିଥିଲା |

ଯେଉଁଥିରେ ବିଶେଷ କରି ରାଜ୍ୟ ପ୍ରୋଗ୍ରେସିଭ୍ ମହିଳାଙ୍କ ଫୋରମ୍ ପକ୍ଷରୁ  ଶ୍ରୀମତୀ ନିରୁପମା ରଥ ଙ୍କ ସଭାପତିତ୍ଵ ରେ ମାନ୍ୟବର କବିସୁର୍ୟନଗର ବିଧାୟିକା ଲତିକା ପ୍ରଧାନ, ନୂଆଦିଲ୍ଲୀ ଆଧ୍ୟାତ୍ମିକ ସାମାଜିକ କର୍ମୀ ମାତାଜୀ ପ୍ରଭାସ କିରଣ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ ର ଆଡଭୋକେଟ୍ ଡକ୍ଟର ଜାନମେଜୟ ରୟ, ପାରାଦୀପ ପୋର୍ଟ ଟ୍ରଷ୍ଟ କଲେଜର ପ୍ରାଧ୍ୟାପକ ଡକ୍ଟର ସୁରେନ୍ଦ୍ର ମୋହନ ମିଶ୍ର , ନୂଆଦିଲ୍ଲୀ ର ଫ୍ରିଲାନ୍ସ ରାଜନୈତିକ ବିଶ୍ଳେଷକ, ପ୍ରଫେସର ଡକ୍ଟର ଡି କେ ଗିରି,  ଓଡିଶା ରେଡ କ୍ରସ୍ ଯୁବ ଭାରତୀୟ ର ପୂର୍ବତନ ଅଧ୍ୟକ୍ଷ୍ୟା ଡା.କଳ୍ପନା ଦାସ, ଯୋଗ ଦେଇଥିଲେ  ।

ତେବେ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୌଦ୍ଧ ଜିଲ୍ଲାର ସଦସ୍ୟା ଶ୍ରୀମତୀ ଶୈଳବାଳା ଦାସ ତେବେ ପ୍ରଥମ ଦିନର ଅଧିବେଶନ ଶେଷରେ ପ୍ରାୟ ୫୦୦ ମହିଳା ଜୟଦେବ ଭବନ ପରିସରରେ ସମସ୍ତଙ୍କ ଶୁଭ ମନାସି ଦୀପ ଦାନ କରି ଦୀପାବଳି ଉତ୍ସବ ର ଭ୍ରମ ସୃଷ୍ଟି କରିଥିଲେ

 ପରେ ପରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ , ଯାହାକୁ ଉପସ୍ଥିତ ଅତିଥି ଓ ମହିଳା ମାନେ ଭରପୁର ଉପଭୋଗ କରିଥିଲେ । ତେବେ ଏ ସବୁ ଜନ ହିତକର କାର୍ଯ୍ୟକ୍ରମ ହାତକୁ ନେଇ ଅତ୍ୟନ୍ତ ସଫଳତା ର ସହ ସମ୍ପାଦନା କରିଥିବାରୁ ସମସ୍ତେ ଫୋରମ ର ଅଧ୍ୟକ୍ଷ୍ୟା ମମତା ସାମନ୍ତରାୟ ଙ୍କୁ ଭୂୟସୀ ପ୍ରସଂଶା କରିଥିଲେ  ।