ତୃତୀୟ ମହଲାରୁ ନିୟନ୍ତ୍ରଣ ହେଉଛି ରାଜ୍ୟ ଶାସନ। ସବୁ ବିଭାଗରେ ସଚିବ ଅଛନ୍ତି, କାହିଁକି ଲୋଡ଼ା ପଡ଼ିଲା ୫ଟି?: ବିଜୟ ପଟ୍ଟନାୟକ
ତୃତୀୟ ମହଲାରୁ ନିୟନ୍ତ୍ରଣ ହେଉଛି ରାଜ୍ୟ ଶାସନ। ସବୁ ବିଭାଗରେ ସଚିବ ଅଛନ୍ତି, କାହିଁକି ଲୋଡ଼ା ପଡ଼ିଲା ୫ଟି?: ବିଜୟ ପଟ୍ଟନାୟକ

*ତୃତୀୟ ମହଲାରୁ ନିୟନ୍ତ୍ରଣ ହେଉଛି ରାଜ୍ୟ ଶାସନ। ସବୁ ବିଭାଗରେ ସଚିବ ଅଛନ୍ତି, କାହିଁକି ଲୋଡ଼ା ପଡ଼ିଲା ୫ଟି?: ବିଜୟ ପଟ୍ଟନାୟକ*
ଦିଲ୍ଲୀରୁ କଂଗ୍ରେସ ଉତ୍ତରୀୟ ପକାଇ ଭୁବନେଶ୍ୱରେ ପହଞ୍ଚିଲେ ବିଜୟ ପଟ୍ଟନାୟକ । ବାବୁରୁ ନେତା ବନି ଥିବା ବିଜୟ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଥିଲା ଓଡ଼ିଶା କଂଗ୍ରେସ । ବିମାନବନ୍ଦରରୁ କଂଗ୍ରେସ ଭବନ ଯାଏଁ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଦଳୀୟ କର୍ମୀ ଓ ନେତାଙ୍କ ଭିତରେ ଉତ୍ସାହ । ଆଉ ଯେତେବେଳେ କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ତାଙ୍କ ଟାର୍ଗେଟ୍ର ଫକୋସରେ ଥିଲେ ରାଜ୍ୟ ସରକାର ।
ଯଦିଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ନାହାଁନ୍ତି ବିଜୟ ପଟ୍ଟନାୟକ ତଥାପି, ରାଜ୍ୟର ଶାସନ, ପ୍ରଶାସନ ଏବଂ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି । ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତାଇଛନ୍ତି ସେଇ ଲୋକମାନଙ୍କ କଥା ଏବେ ସରକାର ଶୁଣୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜୟ ।
ଏସବୁ ଭିତରେ ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ ବୋଲି ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ । ଓଡ଼ିଶାରକଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି । ଓଡ଼ିଶାରେ ଓଡ଼ିଆ ଲୋକମାନଙ୍କୁ କାମ ନମିଳିବାରୁ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବାବୁରୁ ନେତା ବନିଥିବା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଦିଲ୍ଲୀରୁ ଫେରିବା ପରେ ଆଜି ବିଜୟ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଉ ବିଜୟ ପଟ୍ଟନାୟକ କରିଥିବା ସାମ୍ବାଦିକ ସମ୍ମିଳନୀ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।