ଜୀବନ ରେ success କଣ ???

 Actually ଜୀବନ ରେ success କାହାକୁ କୁହାଯାଏ ???

ଜୀବନ ରେ success କଣ ???

ଜୀବନ ରେ success କଣ..????
 Actually ଜୀବନ ରେ success କାହାକୁ କୁହାଯାଏ ???

ଯେବେ ମୁଁ ଜନ୍ମ ହେଲି ବାପା-ମା ଭାବିଲେ ଏଟା ତାଙ୍କର success
ତାପରେ ଯେତେବେଳେ ଚାଲି ଶିଖିଲି ଆଉ କଥା କହି ପାରିଲି ସେତେବେଳେ ଲାଗିଲା ଏଟା ହିଁ success

ତା ପରେ ସ୍କୁଲ ଗଲି ଆଉ ସେଠି ଜାଣିଲି ଯେ କ୍ଲାସ ରେ ପ୍ରଥମ ହେବା ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ success

ତା ପରେ ବୁଝିଲି ଯେ ଅସଲ success ତ ମାଧ୍ୟମିକ ରେ ଭଲ ନମ୍ବର ର ରଖିଲେ ମିଳେ
ତା ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକ ରେ ଭଲ ରେଜଲ୍ଟ କୁ success କୁହା ଯାଏ।

ଏଇଠି ଶେଷ ନାହିଁ ୟା ପରେ ବୁଝିଲି ଯେ ଭଲ subject ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ success,କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ।

ତା ପରେ ପୁଣି ଜାଣିବାପାଇଁ ପାଇଲି ଯେ କଲେଜ ଶେଷରେ ଭଲ ଚାକିରୀ ଆଉ ବହୁତ ସାରା ଟଙ୍କା ରୋଜଗାର କୁ success କୁହାଯାଏ।

ତା ପରେ ପୁଣି ନିଜ ଟଙ୍କା ରେ ଗୋଟେ ଭଲ ଫ୍ଲାଟ କିଣିବା ଟା ହିଁ success।

ପରେ ପୁଣି ଭୁଲ ଭାଙ୍ଗିଲା।,ଜାଣିବା ପାଇଁ ପାଇଲି ଯେ ବାହା ହେଇ ଘର ସଂସାର କରିବା ଟା ହିଁ success

ବହୁତ ବର୍ଷ ବିତିଗଲା ,ବାହାଘର ପରେ ପିଲା ହେଲା, ପିଲା କୁ ଭଲ ଭାବରେ ଲାଳନ ପାଳନ କରିବା ଟା ହିଁ success, ପୁଣି ପିଲା ବଡ଼ ହେଲେ ତାକୁ ପ୍ରତିଷ୍ଠିତ କରେଇବା ଟା ହିଁ success,ଆଉ ଝିଅ କୁ ଭଲ ଘର ଦେଖି ଆଉ ଭଲ ଚାକିରିଆ ବର ସହ ବାହା କରେଇଦେବା ଟା ହେଉଛି success।

ୟା ପରେ ଆସିଲା ମୋ ରିଟାୟାରମେଣ୍ଟ ଟାଇମ,ସାରା ଜୀବନ ଜମେଇଥିବା ଟଙ୍କା ର ଠିକ invest କରି utilization କରିବା ତା ହିଁ success।

ଏହା ପରେ ଯେତେବେଳେ ସମସ୍ତେ ମିଶି ମତେ ଚିତାରେ ଉଠାଇ ଦେଲେ,ମରିବାର କିଛି ସମୟ ଆଗରୁ ବୁଝି ପାରିଲି ଯେ ପୃଥିବୀ ରେ success ବୋଲି କୌଣସି ସ୍ଥାୟୀ ଜିନିଷ ନାହିଁ,ପୁରା ଟା ଅନ୍ୟ ମାନଙ୍କ ଠାରୁ ଆଗେଇ ଯିବା ପାଇଁ ଗୋଟେ competition,ଯାହା ମୂଳରେ ଅଛି ଆକାଶ ଛୁଇଁ ବାର ଆକାଂକ୍ଷା, ଯାହା କେବେ ପୂରଣ ହେବାର ନାହିଁ।

ଯେତେବେଳେ ବୁଝି ପାରିଲି, ଜୀବନ ର ପ୍ରତି ମୁହୂର୍ତ୍ତ ଆନନ୍ଦ ସହ ସୁସ୍ଥ ରହିବା,ଅନ୍ୟ ଦୁଃଖ ରେ ଦୁଖୀ ହେବା ଅନ୍ୟ ପାଇଁ ଖୁସି ହେବା ଟା ହିଁ ଅସଲ success।କିନ୍ତୁ ଏଇଟା ବୁଝିବା ପାଇଁ ଅନେକ ଡେରି ହେଇଯାଇଥିଲା।

ଜୀବନ କୁ ବୁଝାନ୍ତୁ....ନିଜକୁ ଭଲ ପାଅନ୍ତୁ, ଅନ୍ୟକୁ ସମ୍ମାନ ଦିଅନ୍ତୁ,ଆଉ ସମସ୍ତଙ୍କୁ ଭଲ ପାଅନ୍ତୁ।ଏଇଟା ହିଁ ଅସଲି success