ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ ଲାଉ
ଶରୀର ପାଇଁ ବେଶ୍ ଉପକାରୀ ପରିବା । କିନ୍ତୁ ଏମିତି କିଛି ପନିପରିବା ରହିଛି ଯାହା ଶରୀର ପାଇଁ ରାମବାଣ ସଦୃଶ୍ୟ ।

ଶରୀର ପାଇଁ ବେଶ୍ ଉପକାରୀ ପରିବା । କିନ୍ତୁ ଏମିତି କିଛି ପନିପରିବା ରହିଛି ଯାହା ଶରୀର ପାଇଁ ରାମବାଣ ସଦୃଶ୍ୟ । ଉନ୍ନତମାନର ପରିବା ମଧ୍ୟରେ ଲାଉ ଅନ୍ୟତମ । ଲାଉରେ ବିଭିନ୍ନ ପ୍ରକାରର ଭଲ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଅଟେ । ଲାଉ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ । ଲାଉ ହୃଦ୍ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ ।
ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ । ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ ଖାଇବା ଉଚିତ୍ ।
ଲାଉ ମାନସିକ ଚାପ ହ୍ରାସ କରିଥାଏ । ଲାଉ ସହିତ ଲାଉ ମଞ୍ଜି ମଧ୍ୟ ବେଶ୍ ଉପକାରୀ । ଏହି ମଞ୍ଜିର ତେଲ ମୁଣ୍ତବିନ୍ଧା କମ୍ କରିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ୍ ଏବଂ ମାଙ୍ଗାନିଜ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ।
ପ୍ରତିଦିନ ଲାଉ ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଲାଉରେ ଭିଟାମିନ୍, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ । ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ ।
ପ୍ରତିଦିନ ସକାଳୁ ୧ ଗ୍ଲାସ୍ ଲାଉ ଜୁସ୍ ପିଇବା ଦ୍ବାରା ଓଜନ କମ୍ ହୋଇପାରେ । ଏଥିସହିତ ନିଦ୍ରା ସମସ୍ୟାକୁ ବି ହ୍ରାସ କରିବାରେ ସହାୟକ ହୋଇଥାଏ ଲାଉ । ସେହିପରି ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଦ୍ବାରା ଏଥିରେ ସୁଫଳ ମିଳିଥାଏ ।