ଦଶତୁଠରେ ବୁଡ଼ି ୨ ଯୁବକ ମୃତ

ଦଶତୁଠ କାମ ବେଳେ ବୁଡ଼ିଗଲେ ୨ ଯୁବକ । ଜଗତସିଂହପୁର ଜିଲ୍ଲା ବାରେଡ଼ିଆ ଗାଁରେ ଆଜି ଘଟିଛି ଏହି ଘଟଣା

ଦଶତୁଠରେ ବୁଡ଼ି ୨ ଯୁବକ ମୃତ

ଦଶତୁଠ କାମ ବେଳେ ବୁଡ଼ିଗଲେ ୨ ଯୁବକ । ଜଗତସିଂହପୁର ଜିଲ୍ଲା ବାରେଡ଼ିଆ ଗାଁରେ ଆଜି ଘଟିଛି ଏହି ଘଟଣା।ଗତ ୮ ତାରିଖରେ ବାରେଡ଼ିଆ ଗାଁର ସତ୍ୟ ନାରାୟଣ ପାଲଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସତ୍ୟ ନାରାୟଣ ଯବାନ ଭାବେ କାର୍ୟ୍ୟରତ ଥିବା ବେଳେ ଘରକୁ ବୁଲିବାକୁ ଆସି ଦୁର୍ଘଟଣାର ଶିକାର ହୋଇଥିଲେ। ଆଜି ତାଙ୍କ ଦଶାହ କର୍ମ ଚାଲିଥିଲା। ଏଥି ନିମନ୍ତେ ଦେବୀ ନଦୀ ତୁଠରେ ତାଙ୍କ ସଂପର୍କୀୟମାନେ ଉପସ୍ଥିତ ଥିଲେ। 
ଦଶତୁଠ କାମ ଚାଲିଥିବା ବେଳେ ସତ୍ୟନାରାୟଣଙ୍କ ୩ ସମ୍ପର୍କୀୟ ଭାଇ ନଦୀରେ ଭାସି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ପାଣି ସ୍ରୋତରୁ ସମସ୍ତଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ଦୁଇ ଜଣଙ୍କ ମୃତୁ୍ୟ ହୋଇଛି ।