୫୩ ନମ୍ବର ଜାତୀୟ ରାଜପଥ ର ଦୂରାବସ୍ଥା ,ବିଜେଡି ଦ୍ଵାରା ଘଣ୍ଟିକିଆ ରାସ୍ତାରୋକ  

ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ରେ ତୃଟି ପୂର୍ଣ୍ଣ ନିର୍ମାଣ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି, ୬ ଦଫା ଦାବି ନେଇ ଘଣ୍ଟିକିଆ ରାସ୍ତାରୋକ

୫୩ ନମ୍ବର ଜାତୀୟ ରାଜପଥ ର ଦୂରାବସ୍ଥା ,ବିଜେଡି ଦ୍ଵାରା ଘଣ୍ଟିକିଆ ରାସ୍ତାରୋକ  

ଭୁବନ ୧୮.୪- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ରେ ତୃଟି ପୂର୍ଣ୍ଣ ନିର୍ମାଣ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି l ବାରମ୍ବାର ଦାବି ଆପତ୍ତି ଅଭିଯୋଗ ସତ୍ବେ ବିଭାଗୀୟ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା କାରଣରୁ ସାଂସଦ ମହେଶ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଙ୍କ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଙ୍କ ନେତୃତ୍ୱରେ ବିଜୁ ବାବୁ ଙ୍କ ଶ୍ରାଦ୍ଧ ଦିବସ ରେ ବିଜେଡି କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ସ୍ଥାନୀୟ କୋର୍ଟ ଛକ ଠାରେ ସକାଳ ୮ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରୋକ କରାଯାଇଥିଲା l ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଗାଡ଼ି ମଟର ଅଟକି ରହିଥିଲା l ଯାତ୍ରୀ ମାନେ ଖରାରେ ଚାଲିଚାଲି ହିନସ୍ତା ହୋଇଥିଲେ l ପରେ କାର୍ଯ୍ୟକର୍ତ୍ତା ଙ୍କ ତରଫରୁ ୬ ଦଫା ଦାବି ' ଯଥା -  ନୀଳମାଧବ ପେଟ୍ରୋଲ ପମ୍ପ ଛକରୁ ବାଜି ରାଉତ କଲେଜ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡ ନିର୍ମାଣ,କଲେଜ ଛକ ରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶ୍ରମଗାର ନିର୍ମାଣ,ପେଟ୍ରୋଲ ପମ୍ପ ଓ କୋର୍ଟ ଛକରେ ଗୋଲେଇ ଟ୍ରାଫିକ ପୋଷ୍ଟ ନିର୍ମାଣ,ପର୍ଯ୍ୟାପ୍ତ ଲାଇଟ୍ ଲଗାଯିବା, କାଳୀ ବଜାର ଉପରୁ ୧୧ କେଭି ବିଦ୍ୟୁତ୍ ତାର ଉଠାଯିବା,ଜାତୀୟ ରାଜପଥ ରେ ଘଟୁଥିବା ଦୁର୍ଘଟଣା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଦାବିପତ୍ର ତହସିଲଦାର ଅଂଶୁମାନ ମହାପାତ୍ରଙ୍କ ଜରିଆରେ ଜିଲ୍ଲାପାଳ ଓ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପ୍ରୋଜେକ୍ଟ ଡାଇରେକ୍ଟର ଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l ଏହି ଆନ୍ଦୋଳନ ରେ ଭଗବାନ ଗୁରୁ ,ଜୟଗୁରୁ ପାତ୍ର,ମଳୟ ତ୍ରିପାଠୀ,ଦେବାନନ୍ଦ ସାହୁ,ଅନାମ ସାହୁ ,ସୁଶାନ୍ତ ପୃଷ୍ଟି ,ପ୍ରକାଶ ମହାରଣା,ରମେଶ ଗୁରୁ ,ହିମାଂଶୁ ମହାରଣା,ବିନୋଦ ବେହେରା, ଟିକୁ ନାୟକ ,ଅନୁକୂଳ ପୋଥାଳ,ପ୍ରକାଶ ପୃଷ୍ଟି , ହୃଷିକେଶ ନାୟକ ,କାବୁଲ ସେନାପତି, ହୃଦାନନ୍ଦ ମଲ୍ଲିକ,ରାଜା ପୃଷ୍ଟି, ପ୍ରମୋଦ ଗୁରୁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ l