ଆଜିଠୁ ଦୁଇ ଦିନିଆ ସ୍କୁଲ ବନ୍ଦ

ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ ନେଇ ପୁଣି ୨ ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କଲେ ରାଜ୍ୟ ସରକାର

ଆଜିଠୁ ଦୁଇ ଦିନିଆ ସ୍କୁଲ ବନ୍ଦ

 ପ୍ରଚଣ୍ଡ ତାତିିରେ ଜଳୁଛି ସାରା ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ସରକାର ଆଉ ଦୁଇଦିନ ପାଇଁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଆଜି ଓ ଆସନ୍ତାକାଲି ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ ବନ୍ଦ ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 

ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ହିଟୱେବ୍ ଆଶଙ୍କା ନେଇ ପାଣିପାଗ ବିଭାଗର ଆକଳନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବୁଧବାର ଓ ଗୁରୁବାର ପାଇଁ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ସରକାରୀ ଛୁଟି ରହିଛି । ଏହା ପୂର୍ବରୁ ମଧ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲକୁ ଛୁଟି ରଖିଥିଲେ । ଏପ୍ରିଲ ୧୨ରୁ ୧୬ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଥିଲା । ୧୭ ତାରିଖରେ ସ୍କୁଲ ଖୋଲିବା ପରେ ସକାଳ ସାଢେ ୬ଟାରୁ ୧୧ଟା ଯାଏଁ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଏବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୁଣି ଦୁଇଦିନ ପାଇଁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।

 

ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ନାହିଁ। ରାଜ୍ୟର ୬ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ହିଟ୍‌ୱେଭ୍‌ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଣୁ ଏହି ସବୁ ଜିଲ୍ଲା‌ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଖରା ସମୟରେ ସତର୍କ ରହିବାକୁ ଓ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

 

ରାଜ୍ୟରେ ଖରା, ତାତି ଓ ଗୁଳୁଗୁଳି ଏବେ ଜାରି ରହିବ। ୩ ଦିନ ପରେ ରାଜ୍ୟର ତାପମାତ୍ରା ଅଳ୍ପ ମାତ୍ରାରେ ଖସିପାରେ । କିନ୍ତୁ ୪୦ ଡିଗ୍ରି ଉପରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରହିବ । ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ଖରାଟିଆ ରହିବ। ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ ।

ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ (ସରକାରୀ, ସହାୟତା ଏବଂ ବେସରକାରୀ) ଏବଂ ସମସ୍ତ ଅଙ୍ଗନୱାଡି କେନ୍ଦ୍ର 19 ଓ 20 ଏପ୍ରିଲରେ ବନ୍ଦ ରହିବ। ଏନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ  

All schools up to class 12( Govt, Aided and Private) and all Anganwadi Centre will remain closed on 19th and 20th April in view of the prevailing heatwave conditions in the state.