ହେଇଟି ଶୁଣୁଛ ବଜାର କୁ ଯାଉଛ ଆସିଲା ବେଳେ ୨ଟା ତରଭୁଜ ନେଇ କି ଆସିବ
ଘରେ ଘରେ ଏବେ ଏହି ଡାକ , କାହିଁକି ନା ଖରାଦିନେ ବେଶ୍ ଲୋକପ୍ରିୟ ଖାଦ୍ୟ ଭାବରେ ଗ୍ରହଣୀୟ ଏହି ତରଭୁଜ

ଖରାଦିନେ ତରଭୁଜର ସ୍ୱାଦ ନିଆରା। ଡହ ଡହ ଖରାରେ ରାସ୍ତା ପାର୍ଶ୍ଵରେ ତରଭୁଜ ଦେଖିଲେ ସ୍ଵତଃପ୍ରବୃତ୍ତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ। ତରଭୁଜ ଖାଇବାକୁ କିଏ ବା ଭଲ ନ ପାଏ ।
ଏବେ ରାଜ୍ୟ ରେ ପାରଦ ଆସ୍ତେ ଆସ୍ତେ ବଢି ଚାଲିଥିବା ବେଳେ ରାଜ୍ୟ ର ଅନେକ ଅଞ୍ଚଳ ରେ ତରଭୁଜର ଚାହିଦା ମଧ୍ୟ ସେଇ ଆନୁପାତରେ ବଢିବାରେ ଲାଗିଛି । ଆଉ ଖରା ଦିନ ଆରମ୍ଭରୁ ବଜାରରେ ତରଭୁଜ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି ।
ଜାତୀୟ ରାଜପଥ ହେଉ ବା ରାଜ୍ୟ ରାଜପଥ ହେଉ ସବୁ କ୍ଷେତ୍ରର କଡରେ ମେଳି ହୋଇଛି ତରଭୁଜର ପସରା । ଆଉ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷାପାଇବା ପାଇଁ ରାସ୍ତାକଡରେ ଅଟକି ତରଭୁଜର ମଜା ନେଉଛନ୍ତି ବାଟୋଇ।
ତେବେ ଚଳିତ ବର୍ଷ ତରଭୁଜ ଦର କିଛିଟା ଅଧିକ ରହିଛି, କିନ୍ତୁ ଚାହିଦା ସେତେଟା କମି ନାହିଁ । ପ୍ରତ୍ୟେକ ଅଞ୍ଚଳରେ ବଜାର ଚାହିଦା ନେଇ ତାର ମୁଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି।
ତେବେ ଖାଲି ଯେ ତରଭୁଜ କାଟିକି ଖିଆ ଯାଏ ତା ନୁହେଁ ସେଥିରେ ବିଟ ଲୁଣ ପକାଇ ସର୍ବତ କରି ମଧ୍ୟ ପିଆ ଯାଇଥାଏ। ତେବେ ପରିବାର ବର୍ଗ, ସାଙ୍ଗ ସାଥି, ବନ୍ଧୁ ପରିଜନ ବର୍ଗ ମଧ୍ୟ ରେ ବେଶ୍ ଲୋକପ୍ରିୟ ହୋଇଥାଏ।