ଆଜି ପବିତ୍ର ଦୋଳ ପୂର୍ଣ୍ଣିମା,ଉତ୍ସବମୁଖର ଗାଁଠୁ ସହର, ପ୍ରସିଦ୍ଧ ଓଳକଣା ମେଳଣରେ ଯୋଗଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଉତ୍ସବମୁଖର ହୋଇଛି ଗାଁଠୁ ସହର । ପୁରାଣ ପ୍ରସିଦ୍ଧ ଓଳକଣା ମେଳଣରେ ଯୋଗଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା,ଉତ୍ସବମୁଖର ଗାଁଠୁ ସହର, ପ୍ରସିଦ୍ଧ ଓଳକଣା ମେଳଣରେ ଯୋଗଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ହେଉଛି ଦୋଳ ପୂର୍ଣ୍ଣିମା । ଉତ୍ସବ ମୁଖର ହୋଇଛି ଗାଁଠୁ ସହର । ପୁରାଣ ପ୍ରସିଦ୍ଧ ଓଳକଣା ମେଳଣରେ ଯୋଗଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ,  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ସୂର‌୍ୟ୍ୟପୂଜା ଓ ଦ୍ବାରପାଳ ପୂଜା କରାଯିବ । ମହାପ୍ରଭୁଙ୍କୁ ନୂଆ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରି ଦୋଳ ବେଦୀକୁ ଯିବେ । ସେଠାରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ସହ ମହାପ୍ରଭୁ ଅବିର ଖେଳିବେ ।

ଅଭିଭକ୍ତ କଟକ ଜିଲ୍ଲାର ଶେଷସୀମା କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗମ ସ୍ଥଳରେ ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି। କଥାରେ ଅଛି ‘ଓଳକଣା ମେଳନ, ଆଳିରାଜା ଝୁଲଣ, ଅସୁରେଶ୍ୱର ରାମନବମୀ, ପୁରସ୍ତମ ଚନ୍ଦନ’। ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି। ପୂରଣ ଯୁଗର କଥା, ୫ ଭାଇ ପାଣ୍ଡବ ମାନେ ପଶା ଖେଳରେ କୌରବମାନଙ୍କ ଠାରୁ ହାରି ଯିବା ଫଳରେ ୧୨ ବର୍ଷ ଅଜ୍ଞାତ ବନବାସରେ ରହି ଯେତେବେଳେ ଫେରିଲେ, ହସ୍ତିନା ପୁରକୁ ସେତେବେଳେ ତାଙ୍କୁ କୌଣସି ପଡ଼ା ଦିଆଯାଇନଥିଲା ରହିବା ପାଇଁ। ମହାପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୂର୍ଯ୍ୟୋଧନଙ୍କ ପାଖକୁ ଯାଇଥିଲେ ଏମାନଙ୍କୁ ୫ ଗୋଟି ପଡ଼ା ପାଇଁ ଭିକ୍ଷା ମାଗିଥିଲେ। କିନ୍ତୁ ଦୁର୍ଯ୍ୟୋଧନ କହିଥିଲେ ବିନା ଯୁଦ୍ଧେ ଦେବିନାହିଁସୂଚ୍ୟଗ୍ର ମେଦିନୀ। ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖର ଫେରିଆସି ଓଳକଣା ପଡିଆ ଠାରେ ବିଦୁରଙ୍କ ଆଶ୍ରମଠାରେ ପହଂଚିଥିଲେ। ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ। ଶ୍ରୀକୃଷ୍ଣ ଭକ୍ତ ବିଦୁରଙ୍କୁ କହିଥିଲେ, କି ବର ମାଗୁଛୁ ମାଗ। ବିଦୁର କହିଲେ ପ୍ରଭୁ ମୁଁ ତୁମକୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି। ପ୍ରଭୁ ଶ୍ରୀକୃଷ୍ଣ କହିଲେ, ତୁମକୁ ଅପେକ୍ଷା କରି ବାକୁ ପଡ଼ିବ, ମୁଁ ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ସକାଳୁ ମୁଁ ଦର୍ଶନ ଦେବି। ସେହି ପରମ୍ପରାକୁ ରକ୍ଷା କରି ଭଦ୍ରେଶ୍ୱର ବିମାନରେ ହର ଆଉ ହରି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି। ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ତାଙ୍କୁ ଦର୍ଶନ କରନ୍ତି। ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହରଓ ହରୀ ଆସନ୍ତି।

ଏହି ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି। ଏହି ଓଳକଣା ପଡିଆକୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇନଥାଏ କି ବିଦାକି ଦିଆ ଯାଇନଥାଏ କି ଆସନ ଦିଆ ଯାଇ ନଥାଏ। ଏହି ଓଳକଣା ପଡିଆକୁ ପୂର୍ବ ଦିଗରୁ ଆଳି ରାଜାଙ୍କ ବିମାନ ସହ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି। ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି। ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି। ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି।

ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରି ଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି। ସମସ୍ତ ବିମାନ କୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି। ଯଥା ଘଣ୍ଟ ଘଣ୍ଟା, କୀର୍ତ୍ତନ, ଷେଣ୍ଢ ନାଚ, ଦିବି ଝାଡ଼ ଓ ମଶାଲ ବତି ଶହ ଅତାସବାଜି ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଶେଷରେ ବୀର ଭଦ୍ରେଶ୍ୱରଙ୍କ ବିମାନ ଆସିଲା ପରେ ବିଦୁରଙ୍କ ନିକଟରେ ଆଳତି ଏକା ସାଙ୍ଗରେ ହେଲା ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ। ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହରିହର ଦର୍ଶନ ନିମନ୍ତେ। ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳ କଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ। ଏହି ଅବସରରେ ବହୁ ଉଠା ଦୋକାନୀ ନିଜର ବ୍ୟବସାୟ ପ୍ରତିଷ୍ଠାନ ବସାଇ ଥାନ୍ତି।

ସେହିପରି ଢେଙ୍କାନାଳରେ ଦୋଳ ମେଳଣ ଉତ୍ସବ ପାଳନ ହୋଇଯାଇଛି। ବିମାନ ମାନଙ୍କୁ ଫୁଲରେ ସଜା ଯାଇଛି। ଗଉଡ଼ ମାନେ ବିମାନ ମାନଙ୍କୁ କାନ୍ଧେଇ ମଶାଲ, କାହାଳୀ, ଛତା ଓ ଛତ୍ରି ଧରି ଆଲୋକ କରଣ, ବାଣ ଦ୍ଵାରା ରୋଷଣୀ କରାଯାଇ ଦୋଳ ମଣ୍ଡପ ସାହି କୁ ଯାଆନ୍ତି। ଶେଷରେ ଦୋଳ ଭାଡ଼ି ରେ ସାତ ଭେରା ବୁଲାଯାଇ ମେଣ୍ଢା ଗୁହାଳରେ ନିଆଁ ଲଗାଯାଏ।