ରାଜଧାନୀରେ ପୁଣି ବୁଲିଲା ଖଣ୍ଡା,ମାରଣାସ୍ତ୍ର ଧରି ଆତଙ୍କରାଜ କଲେ କିଛି ଯୁବକ
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା | ରାତି ଅଧରେ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ନିକଟରେ ବୁଲିଲା ଖଣ୍ଡା । ଷ୍ଟେସନରୁ ମାଳିସାହି ପାଲଟିଲା ରଣକ୍ଷେତ୍ର ।

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା | ରାତି ଅଧରେ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ନିକଟରେ ବୁଲିଲା ଖଣ୍ଡା । ଷ୍ଟେସନରୁ ମାଳିସାହି ପାଲଟିଲା ରଣକ୍ଷେତ୍ର । ସୂଚନାମୁତାବକ କିଛି ଯୁବକ ମାରଣାସ୍ତ୍ର ଧରି ଆତଙ୍କରାଜ ଖେଳାଇଛନ୍ତି । ଯାହାକୁ ପାରିଲେ ପିଟିଲେ ଓ ଲହୁ ଲୁହାଣ କରିଛନ୍ତି ଯୁବକ । ନିଶା ବେପାରକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି । ଆତଙ୍କ ଖେଳାଇଥିବା ସମସ୍ତଙ୍କ ଘର ମାଳିସାହିରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ମଦ କିଣାବିକାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ଖାରବେଳ ନଗର ଥାନା ପୋଲିସ ।