ବିଦ୍ୟୁତ ଆଘାତ: ମା, ପୁଅ ମୃତ

ଟାଟା ପାୱର ଡିଷ୍ଟ୍ରିଵ୍ୟୁସନ କମ୍ପାନୀ କଳାବୈଶାଖୀ କୋଳୋରେ ଲୋକଙ୍କ ଜୀବନ ହାନୀ ଯେପରି ନଘଟେ ସେଥିପାଇଁ କୁଆଡ଼େ ଭାରି ସତର୍କତା ର ସହିତ କାର୍ଯ୍ୟ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛି l ହେଲେ ଛିଣ୍ଡିପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି କେତେ ଲୋକଙ୍କର ଜୀବନ ଗଲାଣି ତାର ହିସାବ ରଖିନି ଟାଟାପାୱାର l ଆଜି ପୁଣି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଘଟିଛି ଆଉ ଏକ ଅଘଟଣ l ଛିଣ୍ଡିପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖଇରା ଥାନା ଅନ୍ତର୍ଗତ ମହତିପୁର ପଂଚାୟତ ର ନାହୁଲ ଗାଁ ର ମା ପୁଅ ଙ୍କର ମୃତ୍ୟୁ ଘଟି ଗାଁ ରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l ଏ ନେଇ ସମ୍ପୃକ୍ତ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି l
ସୂଚନାନୁସାରେ ଗଛରେ ପାଣି ଦେଉଥିଲାବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ଅଵସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।