ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଲା, ୧୦୦୦ ଯାତ୍ରୀ ଆହତ
ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ମୃତ୍ୟୁସଂଖ୍ୟା ୨୩୭ ରହିଥିବା ବେଳେ ଏବେ ତାହା ୨୮୮ରେ ପହଞ୍ଚି ଯାଇଛି । ସେହିପରି ପୂର୍ବରୁ ଆହତଙ୍କ ସଂଖ୍ୟା ୯୦୦ ରହିଥିବା ବେଳେ ଏବେ ତାହା ୧୦୦୦ରେ ପହଞ୍ଚି ଯାଇଛି । ଏହା ମଧ୍ୟରେ ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି ।
ତେବେ ଏହି ଭୟଙ୍କର ତଥା ଛାତିଥରା ଟ୍ରେନ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଜି ରାଜ୍ୟରେ ଶୋକ ଘୋଷଣା କରାଯାଇଛି । ତେଣୁ ଆଜି ସାରା ରାଜ୍ୟରେ କୌଣସି ଉତ୍ସବ ପାଳନ କରାଯିବ ନାହିଁ । ରାଜ୍ୟ ସୂଚନା ଓ ଜନକଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଶହ ଶହ ଶବକୁ ଏନଡିଆରଏଫର କର୍ମଚାରୀମାନେ ଉଦ୍ଧାର କରିବା ସହିତ ଆହତଙ୍କୁ ହସ୍ପିଟାଲ ପଠାଇଥିଲେ ।