ନିଖିଳ ଓଡିଶା କୈବର୍ତ ମହାସଭା ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ବନ୍ଧୁମିଳନ 

ନିଖିଳ ଓଡିଶା କୈବର୍ତ ମହାସଭା ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଏକ ବନ୍ଧୁମିଳନ କତକ ମଡାସ୍ଥିତ ରୁଦ୍ରାନ୍ତ ଦଳେଇଙ୍କ କୃଷି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଅଛି

ନିଖିଳ ଓଡିଶା କୈବର୍ତ ମହାସଭା ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ବନ୍ଧୁମିଳନ 

ଢେଙ୍କାନାଳ , ୧୪।୨ : ଗତ ୧୨ ତାରିଖ ରବିବାର ଦିନ ନିଖିଳ ଓଡିଶା କୈବର୍ତ ମହାସଭା ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଏକ ବନ୍ଧୁମିଳନ କତକ ମଡାସ୍ଥିତ ରୁଦ୍ରାନ୍ତ ଦଳେଇଙ୍କ କୃଷି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଅଛି । ଏଥରେ ଢେଙ୍କାନାଳ ଜିଲ୍ଲା ତଥା ଭୁବନେଶ୍ବର , ଗଞ୍ଜାମ , ଅନୁଗୁଳ ଜିଲ୍ଲାରୁ ବହୁ କୈବର୍ତ ଜାତିଭାଇ ଯୋଗଦାନ କରି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧୁମିଳନ ସହିତ କୈବର୍ତ ସମାଜ ଭାଇମାନେ କିପରି ଏକଜୁଟ୍ ହୋଇ ଜାତିକୁ ଏକସୂତ୍ରରେ ବାନ୍ଧି ରଖିବା ପାଇଁ ଗଞ୍ଜାମ ଜିଲ୍ଲାରୁ ଆସିଥିବା ରାଜ୍ୟ ଉପସଭାପତି ହୀନ ବେହେରା କହିଥିଲେ ଯେ , ଜାତି ବଂଚିଲେ ଆମ୍ଭେ ବଂଚିବା , ଆମ୍ଭମାନଙ୍କର କୌଳିକ ବୃତି ବ୍ୟବସାୟ କିପରି ପୂର୍ବପରି ବଜାୟ ରହିବ ମତ ରଖୁଥିଲେ । ଏଥିରେ ପୂର୍ବତନ ରାଜ୍ୟ ଉପସଭାପତି ବ୍ରଜକିଶୋର ପରିଡା । ରାଜ୍ୟ ସରକାର କୈବର୍ତ ଜାତିର ଲୋକମାନଙ୍କ ଉନ୍ନତି ପାଇଁ ଯେଉଁ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି ତାହା ଆମ୍ଭ ଲୋକମାନେ ସଠିକ୍ ଉପଯୋଗ କରିପାରୁ ନାହିଁନ୍ତି । ତେଣୁ କୈବର୍ତ ଜାତିର ଲୋକମାନଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାରେ ଏକ ବିରାଟ ସମାବେଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ସମାବେଶରେ ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ସାନନ୍ଦ ମହାଳିକ ଓ ବଂଶୀଧର ବେହେରା , ଭୁବନେଶ୍ବର ଶାଖା ସଭାପତି ପ୍ରଭାକର ବେହେରା ଓ ସାଧାରଣ ସଂପାଦକ ଜମ୍ବେଶ୍ବର ବେହେରା , ଭୁବନେଶ୍ବର ଶାଖା କୋଷାଧ୍ୟକ୍ଷ ବିଶେଶ୍ବର ମାଝୀ , ସଂଗଠନ ସଂପାଦକ ଭାସ୍କର ଚନ୍ଦ୍ର ବେହେରା , ଅଜୟ କୁମାର ବେହେରା , ସମୀର କୁମାର ଦଳେଇ , ଗଣେଶ୍ବର ବେହେରା , ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ , ଉପଦେଷ୍ଟା ଲଛମନ ପରିଡା , ସଂପାଦକ ଚନ୍ଦନ ମହାଳିକ , କୋଷାଧ୍ୟକ୍ଷ ଇଂ . ଟଙ୍କଧର ବେହେରା , ମିହୀର କୁମାର ସାହୁ , ଜଗବନ୍ଧୁ ଦଳେଇ , ମାୟାଧର ମହାଳିକ , ଚନ୍ଦ୍ରମଣି ବେହେରା , ଅରୁଣ ପରିଡା , ବିରଂଚି ବେହେରା , ଶିଶିର ଦଳେଇ , ବିଚିତ୍ରାନନ୍ଦ ପରିଡା , ପ୍ରସନ୍ନ ବେହେରା , ବିଭୁତିଭୂଷଣ ସାହୁ , ଅନିରୁଦ୍ଧ ବେହେରାଙ୍କ ସହିତ ଜିଲ୍ଲାର ଶତାତ୍ଵିକ କୈବର୍ତ ଭାଇ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ସଂପାଦକ ଡ . ଚନ୍ଦନ ମହାଳିକ ଧନ୍ୟବାଦ ଦେଇଥିଲେ ।