ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି

ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି ।

ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି

ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ସପ୍ତମ ରାଉଣ୍ଡର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଦୀପାଳି ଦାସଙ୍କୁ ୪ ହଜାର ୬୧୧ ଭୋଟ୍, ଟଙ୍କଧର ତ୍ରିପାଠୀଙ୍କୁ ୨ହଜାର ୧୧୬ ଏବଂ ତରୁଣ ପାଣ୍ଡେଙ୍କୁ ୪୦୦ ଭୋଟ୍ ମିଳିଛି । ସପ୍ତମ ରାଉଣ୍ଡରେ ଦୀପାଳି ଦାସ ୨୪୯୫ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

ବିଜେଡି -୪୦,୨୨୦
ବିଜେପି -୨୧,୯୭୪
କଂଗ୍ରେସ -୨,୩୫୯

ସପ୍ତମ ରାଉଣ୍ଡ ରେ ୧୮ହଜାର ୨୪୬ଭୋଟରେ ବିଜେଡି ଆଗୁଆ ରହିଛି ।

ଷଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୫ହଜାର ୫୫୯ ଭୋଟ୍ ମିଳିଛି । ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୩୫୩ ଭୋଟ୍, ତରୁଣା ପାଣ୍ଡେଙ୍କୁ ୭୮୯ ଭୋଟ୍ ମିଳିଛି । ତେବେ ଷଷ୍ଠ ରାଉଣ୍ଡ ସୁଦ୍ଧା ୧୫ହଜାର ୭୫୧ ଭୋଟରେ ବିଜେଡି ଆଗରେ ରହିଛି ।

ପଞ୍ଚମ ରାଉଣ୍ଡରେ ବି ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୬ହଜାର ୪୩୫ ଭୋଟ୍ ମିଳିଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୦୬୮ ଭୋଟ୍ ମିଳିଛି । ସେହିପରି କଂଗ୍ରେସର ତରୁଣ ପାଣ୍ଡଙ୍କୁ ୩୨୯ ଭୋଟ୍ ମିଳିଛି । ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୧୩ହଜାର ୫୪୫ ଭୋଟରେ ଆଗରେ ରହିଛି ।