ପୁଣି ବଦଳିଲା ନିଷ୍ପତ୍ତି, ୧୮ ତାରିଖ ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ ଠାରେ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ପୁରୀ-ହାୱଡା 'ବନ୍ଦେ ଭାରତ ଏକ୍ସପ୍ରେସ' ଟ୍ରେନର ଶୁଭ ଉଦଘାଟନ ହେବ

ପୁଣି ବଦଳିଲା ନିଷ୍ପତ୍ତି, ୧୮ ତାରିଖ ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ କରକମଳରେ ଆସନ୍ତା ୧୮ ତାରିଖ ରେ ପୁରୀ ଠାରେ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ପୁରୀ-ହାୱଡା 'ବନ୍ଦେ ଭାରତ ଏକ୍ସପ୍ରେସ' ଟ୍ରେନର ଶୁଭ ଉଦଘାଟନ ହେବ।

ଏହି ପରିପ୍ରେକ୍ଷୀରେ ଗତକାଲି ବିଜେପି ରାଜ୍ୟ ସଭାପତି ଶ୍ରୀ Manmohan Samal ଙ୍କ ଅଧ୍ୟକ୍ଷତାରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ଓ ଶ୍ରୀ Ashwini Vaishnab ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ଯମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରା ଯାଇଥିଲା।

ତେବେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପୁରୀ ଗସ୍ତ ନେଇ ପୁନର୍ବାର କର୍ମୀଙ୍କ ମହଲରେ ବେଶ୍ ଉତ୍ସାହ ଉଦ୍ଦୀପନା ଖେଳି ଯାଇଛି। ଆଗାମୀ ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ନିଶ୍ଚିନ୍ତ ଦଳୀୟ ମନୋଭାବ ସୁଦୃଢ କରିବା ସହିତ କର୍ମୀମାନେ ମଧ୍ୟ ବେଶ୍ ଉତ୍ସାହ ର ସହ ଭାରତୀୟ ଜନତା ପାର୍ଟି ନିର୍ବାଚନ ବୈତରଣୀରେ ପାର କରିବାକୁ ସହଜ ହେବ ବୋଲି ଆଲୋଚନା ଆରମ୍ଭ ହୋଇ ଯାଇଛି।