ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ
୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନ ମୋଡକୁ ଆସିଛନ୍ତି

୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଏନେଇ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର। ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି। ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି। ହେଲିପ୍ୟାଡ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। କିଏ ନିର୍ଦେଶ ଦେଇଥିଲା ଏବଂ କେମିତି ନିର୍ଦେଶ ଦେଇଥିଲା।