ସରକାରୀ ଅଧିକାରୀ ପାଳଟିଛନ୍ତି ବିପୁଳ ଟଙ୍କାର ଅଧିକାରୀ

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଲା ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍, ମୋଟ ସମୁଦାୟ ୩ କୋଟୀ ୧୬ ଲକ୍ଷ ୫୦ ହଜାର ଟଙ୍କା , ସୁନା ବିସ୍କୁଟ ଜବତ

ସରକାରୀ ଅଧିକାରୀ ପାଳଟିଛନ୍ତି ବିପୁଳ ଟଙ୍କାର ଅଧିକାରୀ

ନା ଅଛି ମନରେ ଗ୍ଳାନି , ନା ଅଛି ମୁଖ ମଣ୍ଡଳରେ ପଶ୍ଚାତାପର ଛାପ ,  ଅଛି ଯାହା ହରସ ମନ ଓ ଖୁସି ମିଜାଜ ର ମୁଖ ମଣ୍ଡଳ , ଏ ହେଉଛନ୍ତି ସେହି ସରକାରୀ ଟଙ୍କା ଅଧିକାରୀ ଯାହାକୁ ଆଜି ଭିଜିଲାନ୍ସ ଅଧିକାରୀ ମାନେ ନବରଙ୍ଗପୁର ଜିଲ୍ଲା ରେ ଠାବ କରିଛନ୍ତି । ତେବେ ଭିଜିଲାନ୍ସ ସହିତ ବାବୁ ଙ୍କର ଯେମିତି ପୁରୁଣା ସମ୍ପର୍କ ରହିଛି , କାହିଁକି ନା ପୂର୍ବରୁ ମଧ୍ୟ ଏହି ପ୍ରଶାନ୍ତ ବାବୁ ଭିଜିଲାନ୍ସ ଦ୍ୱାରା ଟ୍ରାପ୍ ହୋଇ ଥିଲେ। ପୂର୍ବରୁ ଏହି ପ୍ରଶାନ୍ତ କୁମାର ରାଉତଙ୍କ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ସମୟରେ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହା ହେଉଛି ତାଙ୍କ ର ଦ୍ବିତୀୟ ଇନିଂସ୍, ଆଗକୁ ମଧ୍ୟ ଆଉ କେତେ ଇନିଂସ୍ ଖେଳିବେ ତାହା ତାଙ୍କୁ ହିଁ ଜଣା

ଓଃ କି ଟଙ୍କା, ଭିଜିଲାନ୍ସ ଅଧିକାରୀଙ୍କ ମୁଣ୍ଡ ଖରାପ, କେତେ ବେଳେ ପ୍ରଶାନ୍ତ ଦେଖାଇଲେ ତାଙ୍କ ପରାକ୍ରମ, ଯେଉଁଥି ପାଇଁ ଘର ବାହାର ଛାତ ପଡୋଶୀ ଯୁଆଡେ ଦେଖିବ ସିଆଡେ ଖାଲି ଟଙ୍କା ଆଉ ଟଙ୍କା , କିନ୍ତୁ କିଛି ଉଠୁନାହିଁ ବରଂ ସାଇତି କି ବନ୍ଧା ହୋଇ ପ୍ରଶାନ୍ତ ନିଜର ପୈତୃକ ସମ୍ପତ୍ତି ପରି ରଖିଛନ୍ତି। ଏସବୁ କେଉଁ ଯୋଜନା ରେ ଅର୍ଜିତ ସମ୍ପତ୍ତି କେଜାଣି , ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି, ଯାହାକୁ ନେଇ ସରକାରୀ ବାବୁ ମାନେ ସାଧାରଣ ଲୋକଙ୍କ ଠାରୁ ଖାଲି ଟଙ୍କା ଗୋଟାଉଛନ୍ତି, କାହିଁକି ନା ଏମାନେ ବୋଧେ ଠିକ୍ ସେ ବୁଝି ନେଇଛନ୍ତି ଯେ ଭିଜିଲାନ୍ସ ଜାଲରେ ବୋଧେ ଅନେକ କଣା ରହିଛି ଯେଉଁଥିପାଇଁ ସେଥିରେ ଗଳିକି ବାହାରି ଯିବାକୁ ବେଶ୍ ସୁବିଧା ବାଟ ରହିଛି। ଭିଜିଲାନ୍ସ ଅଧିକାରୀ ଖାଲି ଜବତ କରିବେ, ତାଙ୍କ ର ସେମିତି କିଛି ଦଣ୍ଡ ଦେବାର କର୍ତ୍ତୁତ୍ତ୍ବ ନାହିଁ ଯେଉଁଥି ପାଇଁ ବାବୁ ପ୍ରଶାନ୍ତ ଏହି ସେକେଣ୍ଡ ଇନିଂସ ଖେଳିଲେ। 

ଯାହା ମୁହଁ ରେ ଗ୍ଲାନି ରହିବା କଥା ତା ମୁହଁ ରେ ହସ, କିନ୍ତୁ ଯିଏ ଜବତ କରୁଛି ତା ମୁହଁରେ ଦୁଃଖ, କାହିଁକି ନା କେତେ ନୀରିହ ଲୋକଙ୍କ ର ଏକ ଟଙ୍କା ହୋଇ ନ ଥିବ ସତରେ, କିଏ କଣ ଖୁସିରେ ଦେଇଥିବ, ନିଶ୍ଚିନ୍ତ ନିଜର କାମ ହାସଲ କରିବାକୁ ଦେଇଥିବ। ସିଏ ଦେଲେ କିପରି, ଇଏ ନେଲେ କିପରି, କେତେ ଦିନ ହେବ ଏ ଦିଆ ନିଆ ଚାଲିଛି, ଏସବୁ ଚିନ୍ତା କରି ଜବତକାରୀ ଙ୍କ ମୁଣ୍ଡ ଟିଣ

ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏହି କୋଟିପତି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ତଟକା ।

ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା। ସେତିକିବେଳେ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ଠୋଠା ଶବ୍ଦ ଶୁଭିଲା। ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡ଼ୋଶୀଙ୍କ କଲିଂ ବେଲ୍ ଚିପି ଡାକିଥିଲେ। ପଡ଼ୋଶୀ ମଧ୍ୟ ଗେଟ୍ ଖୋଲିଲେ। ହେଲେ ସେ କିଛି ବୁଝିପାରି ନଥିଲେ। ଭିଜିଲାନ୍ସ ଟିମର କିଛି ସଦସ୍ୟ ପଡ଼ୋଶୀଙ୍କ ଛାତ ଉପରକୁ ଗଲେ। ସେଠାରେ ଯାହା ଦେଖିଲେ, ସେଥିରେ ସେମାନେ ଆଚମ୍ବିତ ହୋଇଥିଲେ। ଭିଜିଲାନ୍ସ ଟିମ୍ ଛାତ ଉପରୁ ବିଡ଼ାବିଡ଼ା ୫ଶହ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍ ଜବତ କଲେ। 

ତେବେ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରି ମୋଟ ସମୁଦାୟ ୩ କୋଟୀ ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ବର କାନନ ବିହାରରେ ରହିଛି ଦୁଇମହଲା କୋଠା। ଭଦ୍ରକ ବହୁଦରଡାରେ ରହିଛି ପୈତୃକ ଘର।  ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି ଏବଂ ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି । ସେହିପରି ନବରଙ୍ଗପୁର ମଧ୍ୟ  ତାଙ୍କ ସରକାରୀ ବାସଭବନ ଓ ରାଜଧାନୀର ଘରୁ ମୋଟ ୨ କୋଟି ୨୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ।