ବିଜେପିରେ ମିଶିଲେ କାରଖାନାର ଦୁଇ ଚର୍ଚ୍ଚିତ ଯା'
ବିଜେପିରେ ମିଶିଲେ କାରଖାନାର ଦୁଇ ଚର୍ଚ୍ଚିତ ଯା' ନେହା ପାଣିଗ୍ରାହୀ ଓ ରଶ୍ମିତା ପାଣିଗ୍ରାହୀ
ବିଜେପିରେ ମିଶିଲେ କାରଖାନାର ଦୁଇ ଚର୍ଚ୍ଚିତ ଯା' ନେହା ପାଣିଗ୍ରାହୀ ଓ ରଶ୍ମିତା ପାଣିଗ୍ରାହୀ। ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଦୁଇ ଜଣ । ସେହିଠାରେ ଦଳରେ ପ୍ରାଥମିକ ସଦସ୍ୟତା ମଧ୍ୟ ଗ୍ରହଣ କରିଛନ୍ତି । ବିଜେପିର ମିଶ୍ରଣ ପର୍ବରେ ବରିଷ୍ଠ ନେତା ବସନ୍ତ ପଣ୍ଡା, ସମୀର ମହାନ୍ତି, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଖବର ଅନୁଯାୟୀ, ଘରୁ କାରରେ ଖାଦ୍ୟ ତିଆରି କରି ଆଣି ବିକ୍ରି କରୁଥିଲେ। ସୁଆଦିଆ ଖାଦ୍ୟ ଯୋଗୁ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ଦୁଇ ଯାଆଙ୍କ ଆମିଷ- ନିରାମିଷ ଖାଦ୍ୟ ଖାଇବାକୁ ଦୋକାନ ଖୋଲିବା ପୂର୍ବରୁ ଦେଖିବାକୁ ମିଳିଥାଏ ଭିଡ। କମ୍ ମୂଲ୍ୟରେ ପେଟ ପୂରା ଖାଦ୍ୟ ଯୋଗାଉଥିଲେ। ଏଜି ପାର୍କ ନିକଟରେ କାରରେ ଖାଦ୍ୟ ବିକ୍ରି କରିବା ସମୟରେ ଭିଡ ଜମୁଥିଲା । ଯାହାଫଳରେ ଟ୍ରାଫିକ୍ ସମସ୍ୟା ହୋଇଥିଲା । ଶେଷରେ ବିଏମ୍ସି ତଦନ୍ତ ଆରମ୍ଭ କରି କିଛି ଆବଶ୍ୟକ କାଗଜପତ୍ର ନଥିବାରୁ କଟକଣା ଜାରି କରିଥିଲା । ଏହାପରେ ଅନ୍ୟ ଜାଗାରେ ନିଜ ଦୋକାନ କରିଥିଲେ ଦୁଇ ଯା’ । ଜାଗା ସିନା ବଦଳିଲା, ହେଲେ ବିବାଦ ଛାଡ଼ିନଥିଲାପଛ।








