ଭୁବନେଶ୍ୱରରେ ଡ୍ୟାନ୍ସ ବାରରେ ଅବକାରୀ ବିଭାଗର ଚଢଉ

ଭୁବନେଶ୍ବରର ବିଭିନ୍ନ ଡ୍ୟାନ୍ସ ବାରରେ ଅବକାରୀ ବିଭାଗ ଚଢଉ। ଗତକାଲି ରାତିରେ କଟକ ରୋଡରେ ଥିବା ସେଲ୍ଫି, ରେନ୍ ଦ କ୍ଲବ, ପେଣ୍ଟାଗନ, ରିୱାଇଣ୍ଡ, ଏକାମ୍ର, ଲାଇଭ ଇଟ ଅପ ବାରରେ ହୋଇଛି ଚଢଉ। ନିୟମିତ ଭାବେ ଏହି ଚଢଉ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅବକାରୀ ବିଭାଗ ଓ କମିଶନରେଟ୍‌ ପୋଲିସ ମିଳିତ ଭାବେ କଟକ ରୋଡରେ ଥିବା ବିଭିନ୍ନ ବାର୍‌ରେ ଏକକାଳୀନ ଚଢାଉ କରିଥିଲା । ଏହି ମିଳିତ ଚଢାଉରେ ବାର୍‌ର ରେଜିଷ୍ଟର ତନଖି ବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି । ତେବେ ଚଢାଉ ହୋଇଥିବା ବାର ମଧ୍ୟରେ  ରେନ୍‌ ବାର୍‌, ଜେଏଲ୍‌ପି ବାର୍‌, ଏକାମ୍ର ବାର୍‌, ପେଣ୍ଟାଗନ୍‌ ବାର୍‌, ପ୍ରିନ୍ସ ବାର୍‌, ଲାଇବିଟକ୍‌ ବାର୍‌ ଆଦି ରହିଛି । ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ନେଇ କରାଯାଇଥିଲା ରେଡ୍‌ ।

ଦୀପାଳି ବାରରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଅବକାରୀ ବିଭାଗ ବାରରେ ଚଢଉ କରିଛି। ନାବାଳିକା ବାର ଗାର୍ଲ ନିୟୋଜିତ ହେଉଛନ୍ତି କି ନାହିଁ ସେ ନେଇ ଯାଞ୍ଚ କରିଛି। ଏହା ସହ ବାରଗାର୍ଲଙ୍କ ଆଧାରକାର୍ଡ, ନିଜ ଇଚ୍ଛାରେ ବାର୍ରେ ଡ୍ୟାନସ କରୁଛନ୍ତି ନା ତାଙ୍କୁ ଏଥିପାଇଁ ବାଧ୍ୟ କରାଯାଉଛି ତାର ତନାଘନା କରିଛନ୍ତି। ବାର୍ ଲାଇସେନ୍ସ ଅଛି କି ନାହିଁ, ଧାର୍ଯ୍ୟ ଅଞ୍ଚଳ ମଧ୍ୟରେ ନାଚ ହେଉଛି କି ନାହିଁ ମଧ୍ୟ ଦେଖିଛନ୍ତି।  ଏହା ସହିତ ଡ୍ୟାନ୍ସ ବାର ପାଇଁ ରହିଥିବା ଅନ୍ୟ ସମସ୍ତ ନିୟମ ପାଳନ କରାଯାଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ଯେଉଁମାନେ ଡ୍ୟାନ୍ସ ବାର ପାଇଁ ଉଦ୍ଦିଷ୍ଟ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ। ତା’ ସହିତ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।