ଆସିବ କି ମାଡି ବିପତ୍ତି ???
ସିଂହଦ୍ୱାର ରୁପା କବାଟରେ ଓଲଟା ସିଂହକୁ ବିରୋଧ, ‘ବିପରୀତ ମୁଖି ସିଂହ ରହିଲେ ଶତ୍ରୁ ମାନଙ୍କ ଆଧିପତ୍ୟ ଏବଂ ତୀବ୍ର ଶ୍ରୀହାନୀ ହୁଏ

ସିଂହଦ୍ୱାର ରୁପା କବାଟରେ ଓଲଟା ସିଂହକୁ ବିରୋଧ, ‘ବିପରୀତ ମୁଖି ସିଂହ ରହିଲେ ଶତ୍ରୁ ମାନଙ୍କ ଆଧିପତ୍ୟ ଏବଂ ତୀବ୍ର ଶ୍ରୀହାନୀ ହୁଏ
ସିଂହଦ୍ୱାରରେ ନବନିର୍ମିତ ରୁପା କବାଟରେ ଥିବା ଓଲଟା ସିଂହକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଶାସ୍ତ୍ର ମତେ ଏହା ଭୁଲ ହୋଇଥିବା ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ସିଂହଦ୍ୱାରରେ ଥିବା କବାଟରେ ପରସ୍ପରକୁ ଚାହିଁଥିବା ସିଂହଙ୍କ ସ୍ୱରୂପ ଥିଲା । ହେଲେ ନବ ନିର୍ମିତ କବାଟରେ ସିଂହଙ୍କ ମୁଖ ପରସ୍ପରର ବୀପରିତ ରହିଛି । ବିପରୀତ ମୁଖୀ ସିଂହ ଅନର୍ଥର କାରଣ, ବିପରୀତ ମୁଖି ସିଂହ ରହିଲେ ଛତ୍ରଭଙ୍ଗ, ଶତ୍ରୁ ମାନଙ୍କ ଆଧିପତ୍ୟ ଏବଂ ତୀବ୍ର ଶ୍ରୀହାନୀ ହୁଏ ବୋଲି ମତାମତ ପ୍ରକାଶ ପାଇଛି ।
ପୂର୍ବରୁ ରହିଥିବା ସିଂହ
ପୂର୍ବରୁ ଦ୍ୱାର ଖୋଲିଲେ ସିଂହ ମୁଖ ମନ୍ଦିର ଆଡ଼କୁ ରହୁଥିଲା । ପୃଷ୍ଠଭାଗ ବାହାରକୁ ରହୁଥିଲା । କିନ୍ତୁ ବର୍ତ୍ତମାନ ଦ୍ୱାର ଖୋଲିଲେ ସିଂହର ମୁଖ ବାହରକୁ ରହି ପୃଷ୍ଟ ଭାଗ ମନ୍ଦିରକୁ ରହୁଛି । ଏ ସମ୍ପର୍କରେ ସଂସ୍କୃତି ଗବେଶକ ଡ.ଭାସ୍କର ମିଶ୍ର କୁହନ୍ତି, ସିଂହଦ୍ୱାର ହେଉଛି ଧର୍ମଦ୍ୱାର । ମହାପ୍ରଭୁଙ୍କ ମୁଖ ପୂର୍ବକୁ ରହିଛି । ମହାଲକ୍ଷ୍ମୀଙ୍କ ମୁଖ ମଧ୍ୟ ପୂର୍ବକୁ । ସିଂହଦ୍ୱାରରେ ଥିବା ୨ ସିଂହଙ୍କର ମୁଖ ମଧ୍ୟ ପୂର୍ବକୁ । ତେଣୁ ସିଂହଙ୍କର ମୁଖ ପୂର୍ବକୁ ରହିବା କଥା । ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ କୁହନ୍ତି ସିଂହଦ୍ୱାରରେ ଲାଗିଥିବା କବାଟରେ ପ୍ରତୀକାତ୍ମକ ଭାବେ ସିଂହର ଚିତ୍ର ରହିବା କଥା। ବର୍ତ୍ତମାନ ଯେପରି ଲାଗିଛି ସେଥିରେ କୌଣସି ସମସ୍ୟା ନାହିଁ।
ବର୍ତ୍ତମାନ ସ୍ଥାପନ କରାଯାଇଥିବା ସିଂହ