ମାଲକାନଗିରିରେ ସୁଟିଂ ସାରି ଫେରିଗଲା ପୁଷ୍ପା-୨ ଟିମ୍
ମାଲକାନଗିରି ମାଟିରେ ସରିଲା ପୁଷ୍ପା-୨ ସିନେମାର ସୁଟିଂ

ମାଲକାନଗିରି ମାଟିରେ ସରିଲା ପୁଷ୍ପା-୨ ସିନେମାର ସୁଟିଂ । ଆନ୍ଧ୍ର- ଓଡିଶା ସୀମା ପୋଲେରୁ ଗାଁ, ସିଲେରୁ ନଈ କୂଳରେ ଚାଲିଥିବା ପୁଷ୍ପା-୨ ସିନେମାର ସୁଟିଂ ଶେଷ ହୋଇଛି । ଦୀର୍ଘ ୧୦ ଦିନ ଧରି ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ସୁଟିଂ ସାରି ଆନ୍ଧ୍ର ଫେରି ଯାଇଛନ୍ତି ପୁଷ୍ପା-୨ର ଅଭିନେତା, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ କ୍ରିୟୁ ମେମ୍ବର । ତେବେ ପୁଷ୍ପା-୨ର ୨ୟ ପର୍ଯ୍ୟାୟ ସୁଟିଂ ଆଗାମୀ ଜୁନ ମାସର ଶେଷ ଆଡକୁ ହୋଇପାରେ ବୋଲି ସୂଚନା ମିଳିଛି । ଯେଉଁଥିରେ ନାୟକ ଅଲ୍ଲୁ ଅର୍ଜୁନଙ୍କ ସୁଟିଂ ରହିଛି । ଆଉ ସେ ମାଲକାନଗିରି ଆସୁଥିବା କୁହାଯାଉଛି ।
ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧ ଝୁଲା ପୋଲ ଠାରେ ୨ ପର୍ଯ୍ୟାୟ ସୁଟିଂର ଜବରଦସ୍ତ ସିନ୍ ସବୁ ସୁଟ୍ ହେବାର ସୂଚନା ରହିଛି । ଯେଉଁଥିରେ ପୁଷ୍ପା ଚନ୍ଦନ କାଠ ତସ୍କରୀ କରିବ । ତେଣୁ ପୁଷ୍ପା-୨ର ଟିମ୍ ପୁଣି ଥରେ ମାଲକାନଗିରି ଆସିବେ ।