ଆଉ ଶୁଭିବନି ଇସ୍ରୋ ର ଏହି ସ୍ବର

ଆଉ ଶୁଭିବନି ଇସ୍ରୋ ର ଏହି ସ୍ବର, ନିରବିଗଲେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ଅବଗଣନା ପଛର ସ୍ବର

ଆଉ ଶୁଭିବନି ଇସ୍ରୋ ର ଏହି ସ୍ବର

ଭାରତୀୟ ମହାକାଶ ଗବେଷଣା‌ ପ୍ରତିଷ୍ଠାନ (‌ଇସ୍ରୋ) ବୈଜ୍ଞାନିକ ବଲାରମଥୀଙ୍କର ରବିବାର ଦିନ ପରଲୋକ ହୋଇଯାଇଛି। ଶ୍ରୀହରିକୋଟାରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ଅବଗଣନା ଘୋଷଣା ପାଇଁ ବଳାରମଥୀ ତାଙ୍କ ସ୍ବର ଦେଇଥିଲେ। କିନ୍ତୁ ଏହି ସ୍ବର ଏବେ ନିରବି ଯାଇଛି। ବଲାରମଥୀଙ୍କର ରବିବାର ଦିନ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ଖାଲି ଚନ୍ଦ୍ରଯାନ-୩ ନୁହେଁ ପୂର୍ବରୁ ବି ଅନେକ ରକେଟ୍‌ ଲଞ୍ଚ୍‌ ସମୟର ଅବଗଣନା ଘୋଷଣା ସେ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା। ଏହି ଚନ୍ଦ୍ରଯାନ-୩ ଥିଲା ବଲାରମଥୀଙ୍କର ଶେଷ ଅବଗଣନା ଘୋଷଣା। ଇସ୍ରୋର ଭବିଷ୍ୟତ କାର୍ଯ୍ୟକ୍ରମରେ ଆଉ ବଲାରମଥୀ ସାମିଲ ହୋଇପାରିବେନି।