ବାରମ୍ବାର ଅଘୋଷିତ ବିଦ୍ୟୁତକାଟ୍ ପ୍ରତିବାଦରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ସାରା ରାଜ୍ୟରେ ଶାଣିତ ହେଉଛି ପ୍ରତିବାଦର ସ୍ୱର । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ବାରମ୍ବାର ଅଘୋଷିତ ବିଦ୍ୟୁତକାଟ୍ ପ୍ରତିବାଦରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ସାରା ରାଜ୍ୟରେ ଶାଣିତ ହେଉଛି ପ୍ରତିବାଦର ସ୍ୱର । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଅଣ୍ଡା ଓ ଟମାଟୋ ମାଡ କରି ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ ।

୨୦୨୧ରେ ଟାଟା କମ୍ପାନୀ ଦାୟୀତ୍ୱ ନେବା ପୂର୍ବରୁ ଥିବା ବକେୟା ଟଙ୍କା ଆଦାୟ କଲେ ଗାଁ ଗଣ୍ଡାରେ ମାଡ ଖାଇବେ ଟାଟା କମ୍ପାନୀ କର୍ମଚାରୀ । ମାଲକାନଗିରିରେ ସିଧାସଳଖ ଏଭଳି ଧମକ ଦେଇଛନ୍ତି କଂଗ୍ରେସ କର୍ମୀ । ଟାଟା କମ୍ପାନୀ ବିଦ୍ୟୁତ ବିତରଣ ଦାୟୀତ୍ୱ ନେବା ପରେ ଗରିବ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ବିଜୁଳି ପାଇଁ ମାତ୍ରାଧିକ ବିଲ୍ ଆଦାୟ କରୁଥିବା ସଂସ୍ଥା ଘନଘନ ବିଜୁଳି କାଟ୍ କରୁଛି । ଯାହାର ପ୍ରତିବାଦରେ ଅଣ୍ଡା ଓ ଟମାଟୋ ମାଡ ହୋଇଛି ।